ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିଏମ୍‌ସିରେ ସ୍ୱାଭାବିକ ହେଲା ସେବା; ବଢିଲା ସୁରକ୍ଷା ବ୍ୟବସ୍ଥା

Published By : Ankita S | July 4, 2025 3:05 PM

ଭୁବନେଶ୍ୱର,୦୪/୦୭: ବିଏମ୍‌ସିରେ ସ୍ୱାଭାବିକ ହୋଇଛି ସେବା । କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବିଏମ୍‌ସି ଅଫିସରେ ସମସ୍ତ ସୁବିଧା ଉପଲବ୍ଧ ହୋଇଛି । ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପୁଲିସ କମିଶନରଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରାଯାଇଛି ।  

ବଢିଲା ସୁରକ୍ଷା- ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରିବା  ସହ ସେମାନଙ୍କୁ ତାଲିମ ଦିଆଯିବ। ଭବିଷ୍ୟତରେ ଯେପରି ପୂର୍ବ ସ୍ଥିତି ନ ଉପୁଜିବା ସେଥିପାଇଁ ସଜାଗ ରହିବେ ସୁରକ୍ଷାକର୍ମୀ । ବିଏମ୍‌ସି ବିଲ୍ଡିଂରେ କାର୍ଯ୍ୟରତ ସୁରକ୍ଷା ଅଧିକାରୀଙ୍କୁ ତାଲିମ ଦିଆଯିବ। ପବ୍ଲିକ୍ ଅଫିସ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ତର୍ଜମା କରି ସୁରକ୍ଷାକୁ କଡାକଡି କରାଯିବ। ସ୍ମାର୍ଟ ସିଟି ପ୍ରସଙ୍ଗରେ ଆଲୋଚନା କରି ବିଲ୍ଡିଂର କିଛି ପରିଚାଳନା ଦାୟିତ୍ଵ ବିଏମ୍‌ସି ହାତକୁ ନେବାକୁ ଯୋଜନା କରିଛି।  ସ୍ବଚ୍ଛ ସାଥୀ ନେଇ ଆସିଥିବା ଅଭିଯୋଗର ତଦନ୍ତ  ରିପୋର୍ଟ  ଖୁବ୍ ଶୀଘ୍ର ଆସିବା । ଆକ୍ରମଣର ଶିକାର ହୋଇଥିବା ବିଏମ୍‌ସି କମିଶନର ରତ୍ନାକର ସାହୁ ଏବେ ଛୁଟିରେ ଅଛନ୍ତି ।

କହି ରଖୁଛୁ କି, ବିଏମ୍‌ସି କମିଶନର ରତ୍ନାକର ସାହୁଙ୍କୁ ଅଫିସରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗତକାଲି (ଗୁରୁବାର) ଗିରଫ କରିଥିଲା ପୁଲିସ । ଡିସିପିଙ୍କ ଅଫିସ୍‌ରେ ଆତ୍ମସମର୍ପଣ କରିଥିରେ ଜଗନ୍ନାଥ ପ୍ରଧାନ । ଏହାପରେ ସବୁ କିଛି  ସ୍ଥିତି ସ୍ୱାଭାବିକ୍ ହୋଇଛି । ଆନ୍ଦୋଳନରୁ ଓହରିଛନ୍ତି ଓଏଏସ୍ ସଂଘ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.