ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମମତା ସରକାରଙ୍କୁ ହାଇକୋର୍ଟରୁ ଝଟକା, ହିନ୍ଦୁ ସଂଗଠନକୁ ରାମନବମୀ ରାଲି ବାହାର କରିବାର ମିଳିଲା ଅନୁମତି

Published By : Harapriya Biswal | April 4, 2025 3:24 PM

କୋଲକାତା,୪।୪: କଲିକତା ହାଇକୋର୍ଟରୁ ଶୁକ୍ରବାର ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ଝଟକା। କୋର୍ଟ ହିନ୍ଦୁ ସଂଗଠନ ଅଞ୍ଜନିପୁତ୍ର ସେନାକୁ ହାଓ୍ବଡାରେ ପ୍ରସ୍ତାବିତ ରୁଟ୍‌ରେ ରାମନବମୀ ରାଲି ବାହାର କରିବାକୁ ଅନୁମତି ଦେଇଛି। ଆରମ୍ଭରୁ ପଶ୍ଚିମବଙ୍ଗ ସରକାର ଏହି ରାଲିରେ ପୂର୍ବ କୋର୍ଟ ନିର୍ଦେଶକୁ ଉଲଂଘନ କରାଯାଇଥିବା ନେଇ ଆପତ୍ତି ପ୍ରକାଶ କରିଥିଲେ। କୋର୍ଟ ଏହି ମାମଲାରେ ଶୁଣାଣି କି ଏବେ ରାଲି ବାହାର କରିବାକୁ ଅନୁମତି ଦେଇଛନ୍ତି।

ତେବେ କୋର୍ଟ ହିନ୍ଦୁ ସଂଗଠନକୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାର କରିବାକୁ କିଛି କଡା ନିର୍ଦେଶ ଦେଇଛନ୍ତି। ଏହି ରାଲି ନରସିଂହ ମନ୍ଦିରରୁ ଆରମ୍ଭ ହେବ ଓ ଏହାପରେ ଜିଟି ରୋଡ୍‌ ବାଟ ଦେଇ ହାଓ୍ବଡା ମୈଦାନରେ ଶେଷ ହେବ। ଏଠାରେ ପ୍ରତିବର୍ଷ ରାମନବମୀ ଅବସରରେ ହେବାକୁ ଥିବା ଧାର୍ମିକ କାର୍ଯ୍ୟକ୍ରମ।

ପଶ୍ଚିମବଙ୍ଗ ପୋଲିସ ଅଞ୍ଜନୀପୁତ୍ର ସେନାକୁ ୬ ଅପ୍ରେଲରୁ ତାଙ୍କୁ ଅନୁରୋଧ ମାର୍ଗରେ ରାମନବନୀ ଶୋଭାଯାତ୍ରା ଆୟୋଜିତ କରିବାର ଅନୁମତି ଦେବାକୁ ମନା କରିଦେଇଥିଲା। ସୁରକ୍ଷା ଚିନ୍ତା ଓ କୋର୍ଟଙ୍କ ନିର୍ଦେଶ ଗତ ଉଲଂଘନ କଥା କହି ପୋଲିସ ଏହା ବଦଳରେ ବିକଳ୍ପ ମାର୍ଗର ମରାପର୍ଶ ଦେଇଥିଲା। ଏହାପରେ ସଂଗଠନ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲା।

ପୋଲିସ ହିନ୍ଦୁ ସଂଗଠନକୁ କହିଥିଲା ସେ ଗତ ବର୍ଷ ୧୭ ଅପ୍ରେଲରେ ଶୋଭାଯାତ୍ରା ବେଳେ ହାଇକୋର୍ଟଙ୍କ ନିୟମର ଉଲଂଘନ କରିଥିଲେ। ଏହି ରାଲିରେ ସାମିଲ ହୋଇଥିବା ସଂଖ୍ୟା ୨୦୦ ରୁ କମ୍ ରଖିବାର ନିୟମ ମଧ୍ୟ ଥିଲା। ପୋଲିସର କହିବା ଅନୁସାରେ, ୨୦୦ ଲୋକଙ୍କ ଲିମିଟ୍ ଧାର୍ଯ୍ୟ ହେବାପରେ ମଧ୍ୟ ୪ ରୁ ୫ ହଜାର ଲୋକ ସାମିଲ ହୋଇଥିଲେ। ଏହାଛଡା ଡିଜେ ସାଉଣ୍ଡ ସିଷ୍ଟମର ବ୍ୟବହାର କରି ହାଇକୋର୍ଟଙ୍କ ନିୟମର ଉଲଂଘନ କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.