ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

Operation Sindoor: ସେନାକୁ ନପାରି ନୀରିହ ଲୋକଙ୍କୁ ଟାର୍ଗେଟ୍ କରୁଛି ପାକିସ୍ତାନ, LOCରେ ଫାଇରିଂ, ୭ ମୃତ ୩୮ ଆହତ

Published By : Rasmita Pradhan | May 7, 2025 12:09 PM

ନୂଆଦିଲ୍ଲୀ, ୦୭/୦୫ : ଭାରତର ଆକ୍ସନରେ ବିଳିବିଳୋଉଛି ପାକିସ୍ତାନ। ଜର ଦାଉରେ ତାଟିଆ କାମୁଡ଼ୁଛି ଆତଙ୍କୀସ୍ତାନ। ଭାରତୀୟ ସେନାକୁ ନପାରି ନୀରିହ ଲୋକଙ୍କ ଉପରେ ରାଗ ସୁଝାଉଛି ପାକ୍ ସେନା। ଏଲଓସିରେ ଲଗାତର କରୁଛି ଅସ୍ତ୍ର ବିରତି ଉଲ୍ଲଙ୍ଘନ। ବୁଧବାର ପୁଞ୍ଛ ଜିଲ୍ଲାର ସୀମାନ୍ତ ଗାଁ ଗୁଡ଼ିକରେ ପାକିସ୍ତାନୀ ସେନା ଗୁଳିମାଡ଼ କରିଛି। ଏଥିରେ ୭ ଜଣ ନୀରିହ ଲୋକଙ୍କ ଜୀବନ ଯାଇଛି। ଏହି ଫାଇରିଂରେ ୩୮ ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। 

ସୂଚନାନୁଯାୟୀ, ସୀମାରେ ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛି। ଯେଉଁଥିପାଇଁ ଏବେ ପ୍ରଶାସନ ହାଇ ଆଲର୍ଟରେ ରହିଛି। ସୀମାରେ ସ୍କୁଲ, କଲେଜ ବନ୍ଦ କରି ଦିଆଯାଇଛି। ପଞ୍ଜାବର ଫିରୋଜପୁର ଏବଂ ଫାଜିଲକା ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରହିଛି। ସେହିପରି ପାକିସ୍ତାନକୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ ରାଜସ୍ଥାନ ସରକାର ଛୁଟି ଘୋଷଣା କରିଛନ୍ତି। 

ଏତଦ୍ ବ୍ୟତୀତ ଚଣ୍ଡିଗଡ଼ ବିମାନ ବନ୍ଦର ବନ୍ଦ ରହିଛି। ଏଠାରେ ସମସ୍ତ ପ୍ରକାର ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୫୨ଟି ଫ୍ଲାଇଟ୍‌ର ଉଡାଣ ରଦ୍ଦ କରାଯାଇଛି। ସେହିପରି ଅମୃତସର ବିମାନ ବନ୍ଦର ବି ବନ୍ଦ ରହିଛି। 

ସୂଚନା ଥାଉକି, ପଲଗାମ୍ ଆଟାକ୍‌ର ପ୍ରତିଶୋଧ ଭାରତ ନେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାର ୯ ଆତଙ୍କୀ ଠିକଣାରେ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ଆତଙ୍କୀ ଶିବିର ଛାରଖାର୍ ହୋଇଯାଇଛି। ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଏବାର ଟ୍ରେନିଂ କ୍ୟାମ୍ପ ଧ୍ଵସ୍ତ ହୋଇଯାଇଛି। ୯୦ ରୁ ଉର୍ଦ୍ଧ୍ଵ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି।   



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.