ନୂଆଦିଲ୍ଲୀ: ବଲିଉଡ କିଙ୍ଗ୍ ଶାହାରୁଖ୍ ଖାନ୍ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଶାହାରୁଖ ବଲିଉଡରେ ଅଛନ୍ତି। ସେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଫିଲ୍ମରେ କାମ କରିବା ପାଇଁ କୋଟି କୋଟି ଟଙ୍କା ଚାର୍ଜ କରିଥାନ୍ତି । ସିନେମା ସହିତ ଶାହାରୁଖ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ପରଫର୍ମ କରନ୍ତି । ନିକଟରେ ଶାହାରୁଖ ଏକ ବ୍ୟକ୍ତିଗତ ଇଭେଣ୍ଟରେ ପରଫର୍ମ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଇଭେଣ୍ଟରେ କାମ କରିବା ପାଇଁ ଶାହାରୁଖ କେତେ ଚାର୍ଜ କରନ୍ତି ତାହା ଆପଣ ଜାଣନ୍ତି କି ?
ଇଭେଣ୍ଟରେ ଶାହରୁଖ ଖାନ ତାଙ୍କ ଅଭିନିତ ପଠାନ୍ ସିନେମାର ଗୀତ ଝୁମୋ ଜୋ ପଠାନ ଗୀତରେ ଅଭିନୟ କରିଥିଲେ। ଲୋକମାନେ ତାଙ୍କ ଭିଡିଓ ଦେଖି ଖୁସି ଅଛନ୍ତି । ଭିଡିଓରେ ଶାହାରୁଖ ଖାନ ସଲ୍ଟ ଏବଂ ପେପର ଲୁକ୍ରେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ଦେଖି ପ୍ରଶଂସକ ମାନେ ବହୁତ କମେଣ୍ଟ କରିଛନ୍ତି ।
Siasat.com ର ରିପୋର୍ଟ ଅନୁଯାୟୀ, ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅଭିନୟ କରିବାକୁ ଶାହାରୁଖ ଖାନ ୩ କୋଟି ଟଙ୍କା ଚାର୍ଜ କରନ୍ତି । ଶାହାରୁଖ ଖାନ ମଧ୍ୟ ପ୍ରତିବର୍ଷ ଅନେକ ବିବାହ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ତାଙ୍କର ଭିଡିଓ ଗୁଡ଼ିକ ପ୍ରାୟତ ଭାଇରାଲ୍ ହୁଏ ।