ଭୁବନେଶ୍ବର,୧୭।୨ : ମାର୍ଚ୍ଚ ୭ରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ୨ଟି ସରକାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି। କଟକ ମୁଣ୍ଡଳୀ ଯାଇ ସିଆରପିଏଫ ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଏହା ସହ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବା ସମ୍ଭାବନା ରହିଛି। ସେହିପରି ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିପାରନ୍ତି ଗୃହମନ୍ତ୍ରୀ ।