ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Pahalgam Attack: ଶାହବାଜଙ୍କୁ ବଡ଼ଭାଇ ନୱାଜ ସରିଫଙ୍କ ପରାମର୍ଶ, କୂଟନୈତିକ ରଣନୀତି ଆପଣାଅ

Published By : Rasmita Pradhan | April 29, 2025 11:04 AM

ନୂଆଦିଲ୍ଲୀ,୨୯/୦୪ : ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ଭାରତ କଠୋର ନୀତି ଆପଣାଇଥିବା ବେଳେ ପାକିସ୍ତାନ ବି ନରମ ପଡ଼ିବା ଦେଖାଯାଉ ନାହିଁ। ପାକିସ୍ତାନ ମଧ୍ୟ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ପାକିସ୍ତାନୀ ନେତାମାନେ ପରମାଣୁ ଧମକ ଦେଉଛନ୍ତି। ପାଣି ନ ଛାଡ଼ିଲେ ରକ୍ତ ବୋହିବ ବୋଲି ଖୋଲାଖୋଲି ଭାବେ ଚେତାବନୀ ଦେଉଛନ୍ତି । ଏଭଳି ସ୍ଥିତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ବଡ଼ଭାଇ ନୱାଜ ସରିଫ କିଛି ଗଠନମୂଳକ ପରାମର୍ଶ ଦେଇଛନ୍ତି । ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ରହିଥିବା ନୱାଜ ସରିଫ ଭାରତ ସହ କୌଣସିମତେ ପଙ୍ଗା ନ ନେବାକୁ ଶାହବାଜଙ୍କୁ କହିଛନ୍ତି । ଯଥାସମ୍ଭବ କୂଟନୈତିକ ରଣନୀତି ଆପଣାଇ ମାମଲାର ଫଏସଲା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଭାରତ ବିରୋଧରେ ଆକ୍ରମଣାତ୍ମକ ରଣନୀତି ଆପଣାଇଲେ କି ପ୍ରକାର ପରିଣତି ହେବ, ତାହା ନେଇ ସେ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କରାଇଛନ୍ତି । 

ରିପୋର୍ଟ ଅନୁସାରେ ନୱାଜ କହିଛନ୍ତି, ପହଲଗାମ୍‌ ଘଟଣାକୁ ନେଇ ଦୁଇଦେଶ ମଧ୍ୟରେ ଯେଉଁ ବିବାଦ ଉପୁଜିଛି, ତାହାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଆବଶ୍ୟକ । ତରବରିଆ ଭାବେ ଭାରତ ବିରୋଧରେ କୌଣସି ପ୍ରକାର ନକାରାତ୍ମକ ପଦକ୍ଷେପ ବେଶ୍‌ ମହଙ୍ଗା ପଡ଼ିପାରେ । ରବିବାର ସନ୍ଧ୍ୟାରେ ଲାହୋରରେ ଶାହବାଜ ଓ ନୱାଜଙ୍କ ମଧ୍ୟରେ ଭେଟ ହୋଇଥିଲା । କିଛି ଘଣ୍ଟା ଧରି ଆଲୋଚନା ହୋଇଥିଲା । ଶାହବାଜ ଘଟଣା ବାବଦରେ ନୱାଜଙ୍କୁ ଜଣାଇଥିଲେ । ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ବୈଠକ ପରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା । 

ସୂତ୍ର ମୁତାବକ, ନୂଆଦିଲ୍ଲୀର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ କି ପ୍ରକାର ଜବାବ ଦେଇଥିଲା, ତାହା ନେଇ ଶାହବାଜ ବିସ୍ତାର ଭାବେ ନୱାଜ ସରିଫଙ୍କୁ ଅବଗତ କରାଇଥିଲେ । ତନ୍ମଧ୍ୟରେ ସିମ୍‌ଲା ଚୁକ୍ତି ରଦ୍ଦ, ଭାରତୀୟ ଏୟାରଲାଇନ୍ସ ପାଇଁ ପାକ୍‌ ବାୟୁସୀମା ବନ୍ଦ ଆଦି ଅନ୍ତର୍ଭୁକ୍ତ । ଏମିତି କି ଭାରତର ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ସାମ୍ନା ପାଇଁ କି ପ୍ରକାର ପ୍ରସ୍ତୁତି ହୋଇଛି, ତାହା ନେଇ ବି ସେ ଜଣାଇଥିଲେ । ଇତିମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଆମେରିକା, ରୁଷ୍‌, ଚୀନ୍‌ ଓ ବ୍ରିଟେନ୍‌ର ପ୍ରତିନିଧିଙ୍କୁ ନେଇ ଏକ ଅନ୍ତର୍ଜାତୀୟ କମିଶନ ଗଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି କମିଶନ ପହଲଗାମ୍‌ ଆକ୍ରମଣର ନିରପେକ୍ଷ ତଦନ୍ତ କରିବ । ସେ ଆହୁରି କହିଛନ୍ତି, ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଆକ୍ରମଣରେ ଭାରତର ସମ୍ପୃକ୍ତି ନେଇ ପ୍ରମାଣ ଦେବାକୁ ପାକିସ୍ତାନ ପ୍ରସ୍ତୁତ । ସେହିଭଳି ପହଲଗାମ୍‌ ଘଟଣା ପଛରେ ସତ୍ୟତା ଉନ୍ମୋଚନ ଲାଗି ଆମେ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ଅଛୁ ।

ଏହି ଖବରଟିକୁ ପଢନ୍ତୁ- Pahalgam Attack: ପାକ୍‌ ସେନା ମୁଖ୍ୟଙ୍କ ପଳାୟନ ଚର୍ଚ୍ଚା, ପରିବାରକୁ ପଠାଇ ଦେଲେ ବିଦେଶ !

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.