ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସଂସଦରେ କାନ୍ଦିଲେ ସାହବାଜଙ୍କ ଦଳର ସାଂସଦ, କହିଲେ ‘ହେ ଆଲ୍ଲା ଆମକୁ ରକ୍ଷା କରନ୍ତୁ’…

Published By : Ladu Kishor | May 8, 2025 6:21 PM

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଆତଙ୍କବାଦୀ ଆଡ୍ଡା ଉପରେ କରାଯାଇଥିବା ବିମାନ ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ପୁଣି ଥରେ ଆକ୍ରମଣ କରିପାରେ। ଏହି ସମୟରେ ପାକିସ୍ତାନର ନ୍ୟାସନାଲ ଆସେମ୍ବେଲିରେ ପିଏମଏଲଏନ (ପାକିସ୍ତାନ ମୁସଲିମ ଲିଗ୍-ଏନ) ସାଂସଦ ତାହିର ଇକବାଲ ଭୋ ଭୋ ହୋଇ କାନ୍ଦିଛନ୍ତି । ପିଏମଏଲଏନ ହେଉଛି ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦଳ। ତାହିର ଇକବାଲ ପାକିସ୍ତାନୀ ସଂସଦରେ କହିଛନ୍ତି ଯେ, ‘ହେ ଆଲ୍ଲା ଆମକୁ ରକ୍ଷା କରନ୍ତୁ’…

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସମେତ ଅନେକ ନେତା ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ। ବୁଧବାର ଦିନ ଭାରତୀୟ ସେନା ପିଓକେ ଏବଂ ପାକିସ୍ତାନର ଅନେକ ଅଞ୍ଚଳରେ ବିମାନ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଧ୍ୱଂସ କରିଦେଇଛି । ଏହା ପରେ, ଆତଙ୍କିତ ପାକିସ୍ତାନ ଭାରତୀୟ ସେନାର ଅନେକ ସାମରିକ ଘାଟିକୁ ଟାର୍ଗେଟ କରି ବିଫଳ ହୋଇଛି । 

ପାକିସ୍ତାନ ଭାରତର ୧୫ ଟି ସହରକୁ ଟାର୍ଗେଟ କରିବାକୁ ଏକ ବିଫଳ ପ୍ରୟାସ କରିଥିଲା, ଯେଉଁଥିରୁ ୭ ଟି ସହର ପଞ୍ଜାବର ଥିଲା। ଭାରତର S-400 ଆକାଶରେ ହିଁ ପାକିସ୍ତାନର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେଇଥିଲା। ଆଜି (ଗୁରୁବାର) ଏକ ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଅପରେସନ ସିନ୍ଦୂର ଅଧୀନରେ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ଉପସ୍ଥିତ ନେତାମାନଙ୍କୁ ଏହା ମଧ୍ୟ କହିଥିଲେ ଯେ ଏହା ଏକ ଚାଲୁଥିବା ଅଭିଯାନ ଏବଂ ଯଦି ଭାରତର ଲକ୍ଷ୍ୟଭେଦୀ ଆକ୍ରମଣ ପରେ ପାକିସ୍ତାନ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଭାରତ ଏହାର ଉଚିତ ଜବାବ ଦେବ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.