ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଲଗଜରୀ ଆପାର୍ଟମେଣ୍ଟକୁ ଭଡ଼ାରେ ଦେଲେ ସାହିଦ ଓ ମୀରା , ମାସକୁ ପାଇବେ ଏତେ ଲକ୍ଷ ଟଙ୍କା

Published By : Harapriya Biswal | November 12, 2024 7:22 PM

ମୁମ୍ବାଇ,୧୨।୧୧: ବଲିଉଡର ଷ୍ଟାର ସାହିଦ କପୁର ଏବେ ପୁଣି ଚର୍ଚ୍ଚାରେ। ନିଜର ନଟଖଟ ଆନ୍ଦାଜ ପାଇଁ ପରିଚିତ ସାହିଦ ବର୍ତ୍ତମାନ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସାହିଦଙ୍କ ଓ ତାଙ୍କ ପତ୍ନୀ ମୀରା କପୁର ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ତାଙ୍କର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଭଡାରେ ଦେଇଛନ୍ତି । ଯାହାର ମାସିକ ଭଡା ୨୦ ଲକ୍ଷ ଟଙ୍କା ରହିଛି। 

ରିଏଲଇଷ୍ଟେଟ କ୍ଷେତ୍ରରେ ବ୍ୟବସାୟ କରୁଥିବା ଏକ ଘରୋଇ ସଂସ୍ଥା ସ୍କୋୟାରୟାର୍ଡ ନିକଟରେ ଏହି ଖବର ପ୍ରକାଶ କରିଛି । ଖବର ମୁତାବକ ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟଟି ୱର୍ଲିର ଓବରୟ ରିଏଲିଟି ପ୍ରୋଜେକ୍ଟ ମଧ୍ୟରେ ରହିଛି । ୫୩୯୫ ସ୍କୋୟାରଫିଟର ଏହି ବହୁତଳ ଆପାର୍ଟମେଣ୍ଟର ନାମ ହେଉଛି ‘ଥ୍ରୀ ସିକ୍ସ୍ଟି ୱେଷ୍ଟ’, ଏଥିରେ ୩ଟି କାର ପାର୍କିଂ କରିବାକୁ ରହିଛି ପାର୍କିଂ ପ୍ଲେସ୍ । ସାହିଦ ୫ବର୍ଷ ପାଇଁ ଏହି ଆପାର୍ଟମେଣ୍ଟକୁ ଡି-ଡେକୋର ହୋମ ଫାବ୍ରିକ୍ସର ବରିଷ୍ଠ କାର୍ଯନିର୍ବାହି ଅଧିକାରି ଦୀପନ ଭୂପତାନିଙ୍କୁ ଭଡା ସୁତ୍ରରେ ପ୍ରଦାନ କରିଛନ୍ତି ।

ସାହିଦ ଗତ ମେ ମାସରେ ଚନ୍ଦକ ରିଏଲଟୋରସ ପ୍ରାଇଭେଟ ଲିମି଼ଟେଡଠୁ ୬୦ କୋଟି ଟଙ୍କାରେ ଉକ୍ତ ଆପାର୍ଟମେଣ୍ଟର ଉପର ମହଲାକୁ କିଣିଥିଲେ।   ଏହି ଘରର ଏଗ୍ରିମେଣ୍ଟ ୧.୨୩ କୋଟି ଟଙ୍କା ଅଗ୍ରିମ ରେ ଚଳିତ ନଭେମ୍ବର ମାସରେ ଶେଷ ହୋଇଛି । ଅଗ୍ରିମ ବାବଦକୁ ୧.୨୩ କୋଟି ଟଙ୍କା ପୈଠ କରିଥିବାକୁ ଦୀପନ ଭୂପତାନିଙ୍କୁ ପ୍ରଥମ ଦଶମାସର ଭଡା ଦେବକୁ ପଡିବ ନାହିଁ ବୋଲି ସ୍କୋୟାରୟାର୍ଡ ଏହାର ରିପୋର୍ଟରେ ଉଲ୍ଲେଖ କରିଛି । ବର୍ତ୍ତମାନ ଘରର ଭଡା ୨୦.୫ ଲକ୍ଷ ହୋଇଥିଲାବେଳେ, ଏହା ବାର୍ଷିକ ୪-୫%  ହାରରେ  ବୃଦ୍ଧି ହେବା ସହିତ ୫ ବର୍ଷର ମିଆଦ ଶେଷ ହେଲା ବେଳକୁ ଘର ଭଡା ୨୩.୯୮ ଲକ୍ଷ ପହଞ୍ଚିଯାଇଥିବ ବୋଲି କୁହାଯାଇଛି । 

କେବଳ ସାହିଦ ନୁହଁନ୍ତି,ବଲିଉଡର ବହୁ କଳାକାର ମୁମ୍ବାଇରେ ନିଜର ଲଗଜାରୀ ପ୍ରପଟି ଭଡାରେ ଦେଇସାରିଛନ୍ତି।  ପୂର୍ବରୁ କାର୍ତ୍ତିକ ଆର୍ଯ୍ୟନ, ରଣବୀର ସିଂ, ପିଲ୍ମ ନିର୍ମାତା ସାଜିଦ ନାଦିଆଦୱାଲାଙ୍କ ନାମ ଥିବା ବେଳେ ଏହି କ୍ଲବରେ ବର୍ତ୍ତମାନ ସାହିଦଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.