ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

୫୯ ବର୍ଷରେ ପାଦ ଦେଲେ କିଙ୍ଗ୍ ଖାନ୍, ଜାଣନ୍ତୁ ଶାହରୁଖଙ୍କ ବିଷୟରେ କିଛି ରୋଚକ କଥା...

Published By : Swapna Ray | November 2, 2024 11:31 AM

ମୁମ୍ୱାଇ, ୨।୧୧: ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ । ନଭେମ୍ୱର ୨ରେ ୫୯ ବର୍ଷରେ ପାଦ ଦେଲେ ଶାହରୁଖ । ୧୯୯୨ରେ ସେ ବଲିଉଡ୍‌ରେ କରିଥିଲେ ଡେବ୍ୟୁ ।  ଆଉ ସେବେଠୁ ଏ ପର୍ଯ୍ୟନ୍ତ ସିନେମା ଜଗତରେ କରୁଛନ୍ତି ରାଜ୍ । ହଜାର ହଜାର କୋଟି ସମ୍ପତ୍ତିର ମାଲିକ କିଙ୍ଗ୍ ଖାନ୍ । କିନ୍ତୁ, ତାଙ୍କ ସଂଘର୍ଷର କାହାଣୀ ଖୁବ୍ ପ୍ରେରଣାଦାୟକ । ଯେତେବେଳେ ଶାହରୁଖ ଖାନ୍ ଗୌରୀଙ୍କୁ ବିବାହ କରିଥିଲେ ତାଙ୍କ ପାଖରେ ରହିବା ପାଇଁ ନା ଭଲ ଘର ଖଣ୍ଡେ ଥିଲା, ନା ଥିଲା କୌଣସି ସମ୍ୱଳ । 

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଘରକୁ ଅତିଥି ଆସିଲେ ବସିବା ଲାଗି ତାଙ୍କ ପାଖରେ ସୋଫାଟିଏ ବି ନଥିଲା । ଯେତେବେଳେ ସେ ଫିଲ୍ମ ରାଜୁ ବନ୍ ଗୟା ଜେଣ୍ଟଲମ୍ୟାନ୍‌ର ସୁଟିଂ କରୁଥିଲେ, ସେତେବେଳେ ଏକ ପୁରୁଣା ବିଲ୍ଡିଂର ପ୍ରଥମ ମହଲାରେ ରହୁଥିଲେ । ତାଙ୍କ ଘରେ ସୋଫା ନଥିବାରୁ ଘରକୁ କେହି ଅତିଥି ଆସିଲେ ଚଟାଣରେ ପଡ଼ିଥିବା ଗଦି ଉପରେ ବସୁଥିଲେ । କିନ୍ତୁ, ବର୍ତ୍ତମାନ ସବୁଠାରୁ ଧନୀ ଅଭିନେତାଙ୍କ ଭିତରେ ଆସେ ଶାହରୁଖଙ୍କ ନାଁ । ହୁରେନ ଇଣ୍ଡିଆ ରିଚ୍ ଲିଷ୍ଟ ଅନୁସାରେ, ୨୦୨୪ ପର୍ଯ୍ୟନ୍ତ ଶାହରୁଖ ଖାନଙ୍କ ମୋଟ୍ ସମ୍ପତ୍ତି ୭ ହଜାର ୩୦୦ କୋଟି ଟଙ୍କା । 

ଶାହରୁଖ ଖାନଙ୍କ ପାଖରେ ଆଲିସାନ୍ ଘର ଓ ଏକାଧିକ ମହଙ୍ଗା ଗାଡ଼ି ରହିଛି । ସେ ରହୁଥିବା ୬ ମହଲା ବିଶିଷ୍ଟ ମନ୍ନତ ୨୭ ହଜାର ବର୍ଗ ଫୁଟ୍‌ରେ ବିସୃତ । ଯାହାକୁ ସେ ୨୦୦୧ରେ କିଣିଥିଲେ । ସେ ରହୁଥିବା ଏହି ଘରେ ଥିଏଟର୍, ଏକ ବଡ଼ ଲାଇବ୍ରେରୀ, ପର୍ସନାଲ ସ୍ୱିମିଂ ପୁଲ୍ ଓ ଜିମ୍ ରହିଛି । ଏହା ବ୍ୟତୀତ ଶାହରୁଖ ଖାନ୍‌ଙ୍କ ପାଖର ଲଣ୍ଡନର ଫ୍ୟାନ୍ସି ପାର୍କରେ ଏକ ଘର ଓ ଦୁବାଇରେ ମଧ୍ୟ ଏକ ଭିଲ୍ଲା ରହିଛି । ଏଥିସହ ତାଙ୍କର ଏକ ପର୍ସନାଲ୍ ଜେଟ୍ ରହିଛି । ଶାହରୁଖ ଖାନ୍ ରଲ୍ସ-ରୟାସ୍ କଲିନନ୍ ବ୍ଲାକ୍ ବେଜ୍, ବୁଗାଟି, ବିଏମ୍‌ଡବ୍ଲ୍ୟୁ ଆଇ ୮, ରୋଲ୍ସ-ରଏସ୍ ଫେଣ୍ଟମ୍, ଆଣ୍ଡି ଏ ସିକ୍ସ, ବେଟଲ୍ କଣ୍ଟିନେଟାୱ୍ ଜିଟି, ଲେଣ୍ଡ ରୋଭର ରେଞ୍ଜ ରୋଭର ଓ ବିଏମ୍‌ଡବ୍ଲ୍ୟୁ ୭ ସିରିଜ୍ ଭଳି କାର୍ ରହିଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.