ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦୀର୍ଘ ଏକ ବର୍ଷ ପରେ ଖାଲି ହେଲା ଶମ୍ଭୁ-ଖନୌରୀ ବର୍ଡର, କୃଷକଙ୍କ ଟେଣ୍ଟ ଉପରେ ଚାଲିଲା ବୁଲଡୋଜର

Published By : Rasmita Pradhan | March 20, 2025 8:04 AM

ନୂଆଦିଲ୍ଲୀ, ୨୦/୦୩ : ଦୀର୍ଘ ଏକ ବର୍ଷ ପରେ ଖାଲି ହେଲା ଶମ୍ଭୁ-ଖନୌରୀ ବର୍ଡର। କୃଷକଙ୍କ ଟେଣ୍ଟ ଉପରେ ଚାଲିଲା ବୁଲଡୋଜର। ବୁଧବାର ରାତିରେ ଶମ୍ଭୁ ଏବଂ ଖନୌରୀ ବର୍ଡରରୁ କୃଷକଙ୍କୁ ହଟାଇଲା ପଞ୍ଜାବ ପୋଲିସ। କୃଷକ ନେତା ଜଗଜିତ ସିଂହ ଡଲ୍ଲେୱାଲ ଏବଂ ଶ୍ରବଣ ସିଂହ ପନ୍ଧେରଙ୍କ ସମେତ ୭୦୦ କୃଷକଙ୍କୁ ହେପାଜତକୁ ନେଲା ପୋଲିସ। ଘଟଣାସ୍ଥଳରେ ୩୦୦୦ ପୋଲିସ କର୍ମୀ ନିୟୋଜିତ। ପଟିୟାଲା ରେଞ୍ଜ୍‌ର ଡିଆଇଜି ସନ୍ଦୀପ ସିଂହ ସିଦ୍ଧୁଙ୍କ ନେତୃତ୍ଵରେ କୃଷକଙ୍କୁ ଧାରଣାସ୍ଥଳୀରୁ ହଟାଯାଇଛି। 

ସୂଚନାନୁଯାୟୀ, ୨୦୨୪ ଫେବୃଆରୀ ୧୩ ତାରିଖରୁ ବିଭିନ୍ନ ଦାବି ନେଇ ଶମ୍ଭୁ-ଖନୌରୀ ବର୍ଡରରେ କୃଷକମାନେ ଧାରଣା ଦେଇଥିଲେ। ଦୀର୍ଘ ୧୩ ମାସ ପରେ ସେମାନଙ୍କୁ ଏବେ ଧାରଣାସ୍ଥଳୀରୁ ହଟାଯାଇ ଶମ୍ଭୁ ବର୍ଡର ଖାଲି କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କୃଷକଙ୍କୁ ଧାରଣାସ୍ଥଳୀରୁ ହଟାଇଛି। ପଞ୍ଜାବର ଅର୍ଥ ମନ୍ତ୍ରୀ ହରପାଲ ସିଂହ ଚିମା ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇ ପ୍ରମୁଖ ହାଇୱେ ବନ୍ଦ ହେବା କାରଣରୁ ବ୍ୟବସାୟ ଏବଂ ଉଦ୍ୟୋଗ ବାଧାପ୍ରାପ୍ତ ହେଉଛି। 

ପ୍ରକାଶ ଥାଉକି, କୃଷକଙ୍କୁ ପେନସନ, ବିଜୁଳି ଦର ହ୍ରାସ, କୃଷକଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରତ୍ୟାହୃତ, ଏମଏସପିକୁ ଆଇନ ମାନ୍ୟତା, ଋଣ ଛାଡ଼, ୨୦୨୧ ଲକ୍ଷ୍ମୀପୁର ଖେରି ହିଂସାରେ ପ୍ରାଣ ହରାଇଥିବା କୃଷକଙ୍କୁ ନ୍ୟାୟ, ୨୦୨୦-୨୧ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦୀର୍ଘ ୧୩ ମାସ ହେବ ଶମ୍ଭୁ-ଖନୌରୀ ବର୍ଡରରେ ଧାରଣାରେ ବସିଥିଲେ। 

ଏହି ଖବରଟିକୁ ପଢନ୍ତୁ-ସରକାରୀ ତଥ୍ୟ ପାକିସ୍ତାନକୁ ବିକ୍ରି ଅଭିଯୋଗରେ ଇଞ୍ଜିନିୟରଙ୍କୁ ବାନ୍ଧିଲା ଗୁଇନ୍ଦା ବିଭାଗ...






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.