ମାଲକାନଗିରି/ଖଇରପୁଟ,୨୧/୧୧ : ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ SSD ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସୂଚନା ମିଳିଛି ।
ଗତ ଦଶହରା ଛୁଟିରେ ଛାତ୍ରୀ ଜଣଙ୍କ ଘରକୁ ଯାଇ ଫେରିବା ପରେ ବିଦ୍ୟାଳୟର ଆଟେଣ୍ଡାଣ୍ଟ ଝିଅଟିର ମାସିକ ପରୀକ୍ଷା କରିଥିଲେ । ତେବେ ଯୁକ୍ତ ଦୁଇର ଛାତ୍ରୀ ଜଣଙ୍କ ରିପୋର୍ଟ ପଜିଟିଭ ଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ମାଥିଲି ଥାନାରେ ଅଭିଯୋଗ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କିଏ ଦୋଷୀ ତାହା ପୁଲିସର ତଦନ୍ତ ପରେ ଜଣା ପଡିବ ।