ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ପହଲଗାମ୍ ହମଲାର ଆତଙ୍କବାଦୀଙ୍କୁ କହିଲେ ସ୍ଵାଧୀନତା ସଂଗ୍ରାମୀ

Published By : Rasmita Pradhan | April 25, 2025 10:38 AM

ନୂଆଦିଲ୍ଲୀ, ୨୫/୦୪ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କ ବିବାଦୀୟ ବୟାନ। ପହଲଗାମ୍ ହମଲାର ଆତଙ୍କବାଦୀଙ୍କୁ କହିଲେ ସ୍ଵାଧୀନତା ସଂଗ୍ରାମୀ। ଇସଲାମାବାଦରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ୨୨ରେ ଜାମ୍ମୁ କାଶ୍ମୀର ପହଲଗାମ୍‌ରେ ଯେଉଁମାନେ ଆକ୍ରମଣ କଲେ ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମୀ ହୋଇପାରନ୍ତି। ଡାରଙ୍କ ଏଭଳି ପ୍ରତିକ୍ରିୟା ପରେ ଅସନ୍ତୋଷ ବଢିଛି। ତେବେ ଏନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। 

ପ୍ରକାଶ ଥାଉକି, ଗୁରୁବାର ପାକିସ୍ତାନ ଭାରତ ସହ ଶିମଲା ଚୁକ୍ତି ସ୍ଥଗିତ କରିଛି। ଭାରତ ସହ ସମସ୍ତ ପ୍ରକାରର ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ସହ ଭାରତୀୟ ଏୟାରଲାଇନ୍‌ ପାଇଁ ପାକିସ୍ତାନ ରୁଟ୍ ବନ୍ଦ କରିଦେଇଛି। କେବଳ ସେତିକି ନୁହେଁ ସିନ୍ଧୁ ଜଳ ଚୁକ୍ତିରେ ନିର୍ଦ୍ଧାରିତ ଜଳ ପ୍ରବାହକୁ ରୋକିଲେ କିମ୍ଵା ପରିବର୍ତ୍ତନ କଲେ ଯୁଦ୍ଧ ହେବ ବୋଲି ଫମ୍ପା ଧମକ ଦେଇଛି। ୱାଘା ସୀମା ମଧ୍ୟ ବନ୍ଦ କରିଦେଇଛି। ଭାରତୀୟଙ୍କ ଭିସା ରଦ୍ଦ କରିଛି। ଭାରତୀୟ ଉଚ୍ଚାୟୋଗରୁ ସୈନ୍ୟ ପରାମର୍ଶଦାତାଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି। 

ଏହି ଖବରଟିକୁ ପଢନ୍ତୁ-ପହଲଗାମ୍ ଆତଙ୍କୀଙ୍କ ଉପରେ ପ୍ରହାର : ବମ୍‌ରେ ଉଡାଇଦେଲେ ଜଣଙ୍କ ଘର, ଆଉ ଜଣଙ୍କ ଉପରେ ବୁଲଡୋଜର ଆକ୍ସନ୍







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.