ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୨୭ ବର୍ଷ ପରେ ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ, ବଦଳିବ ଏହି ରାଶିଙ୍କ ଭାଗ୍ୟ

Published By : Harapriya Sethi | May 5, 2025 7:05 AM

ଶନି ଦେବ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଶନି ଦେବ ଏହି ସ୍ଥାନରେ ଅବସ୍ଥାନ କରିବେ । ୨୭ ବର୍ଷ ପରେ ଏହି ନକ୍ଷତ୍ରରେ ଶନି ପ୍ରବେଶ କରିବା ଦ୍ୱାରା ଅନେକ ରାଶିର ବ୍ୟକ୍ତଙ୍କୁ ଲାଭ ପ୍ରଦାନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଏକ ଶକ୍ତିଶାଳୀ ଗ୍ରହ ଭାବରେ ବିବେଚନା କରାଯାଏ । ଏହା ସହିତ ଶନିଙ୍କୁ କଳିଯୁଗର ବିଚାରକ ମଧ୍ୟ କୁହାଯାଏ । କାରଣ ଶନି ଦେବ କୌଣସି ଭେଦଭାବ ବିନା କର୍ମ ଅନୁସାରେ ଶୁଭ ଫଳ ଏବଂ ଦଣ୍ଡ ଦେଇଥାନ୍ତି ।

ଯେତେବେଳେ ବି ଧୀର ଗତିଶୀଳ ଶନିଙ୍କ ଗତିରେ ପରିବର୍ତ୍ତନ ଆସେ ଏହା ଦେଶ, ବିଶ୍ୱ ଏବଂ ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଶନି ଗ୍ରହ ୨୮ଏପ୍ରିଲ ୨୦୨୫ରେ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିସାରିଛନ୍ତି ଏବଂ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ ।

ଜ୍ୟୋତିଷଙ୍କ ମତରେ ୨୭ବର୍ଷ ପରେ ଶନି ଭାଦ୍ରପଦ ନକ୍ଷତ୍ରରେ ଗୋଚର କରିଛନ୍ତି । ଏହି ନକ୍ଷତ୍ରରେ ଶନିଙ୍କ ଗୋଚର ଗୁରୁତ୍ୱପୂର୍ଣ୍ଣ କାରଣ ପୁଷ୍ୟ ଏବଂ ଅନୁରାଧା ପରି ଶନି ମଧ୍ୟ ଏହି ନକ୍ଷତ୍ରରେ ଅଧିପତି, ଯାହା ହେତୁ ଏହି ନକ୍ଷତ୍ରରେ ଶନିଙ୍କର ବିଶେଷ ପ୍ରଭାବ ପଡିଥାଏ । ଏପରି ପରିସ୍ଥିତିରେ ଏହି ନକ୍ଷତ୍ରରେ ରହି ଶନି ଦେବ ଅନେକ ରାଶିକୁ ଶୁଭ ଫଳ ପ୍ରଦାନ କରିବେ ।

ବୃଷ: ନ୍ୟାୟର ଅଧିପତି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପରେ ବୃଷ ରାଶିର ଲୋକମାନଙ୍କ ଭାଗ୍ୟ ଖୋଲିଯିବ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ରୋଜଗାର ସ୍ତର ବୃଦ୍ଧି ପାଇବ । ଏହି ସମୟରେ ଆପଣ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ । ଯାହା ଆପଣ ଆର୍ଥିକ ସମସ୍ୟା ଯୋଗୁଁ ବନ୍ଦ କରିଦେଇଥିଲେ । ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇପାରେ ।

କର୍କଟ: କର୍ମଫଳର ଦାତା ଶନି ମହାରାଜା ନକ୍ଷତ୍ର ପରିବର୍ତ୍ତନ କରିବାରୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । ଏହି ସମୟରେ ଆପଣ ସମସ୍ତ ପଡି ରହିଥିବା କାମ ଶେଷ କରିବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ପଦୋନ୍ନତିର ସମ୍ଭାବନା ରହିଛି ।

ତୃଳା: ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଥିବା ଶନି ଦେବ ତୁଳା ରାଶି ଲୋକଙ୍କ ପାଇଁ ଶୁଭ ହେବ । ଏହି ସମୟରେ ଋଚ୍ଚର ବୋଝ ହ୍ରାସ ପାଇବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣ ଘର ଏବଂ ଯାନର ସୁଖ ମଧ୍ୟ ପାଇପାରିବେ । ସେହି ସମୟରେ କୋର୍ଟରେ ଆଇନଗତ ମାମଲାରେ ନିଷ୍ପତ୍ତି ମଧ୍ୟ ଆପଣଙ୍କ ସପକ୍ଷରେ ଆସିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.