ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ହୋଲି ପରେ ସୂର୍ଯ୍ୟ ପରାଗ ଏବଂ ଶନିଙ୍କ ରାଶି ପରିବର୍ତ୍ତନ ଆଣିବ ନୂତନ ସୁଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

Published By : Harapriya Sethi | March 3, 2025 8:11 AM

ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, ଏଥର ଦୋଳ ପୂର୍ଣ୍ଣିମାର ପବିତ୍ର ପର୍ବ ମାର୍ଚ୍ଚ ୧୪ ତାରିଖରେ ପଡ଼ୁଛି । ଏହା ପରେ ସୂର୍ଯ୍ୟ ପରାଗ ଏବଂ ଏକାସଙ୍ଗେ ସୂର୍ଯ୍ୟ- ଶନିଙ୍କର ସଂଯୋଗ ହେବାକୁ ଯାଉଛି । ସର୍ବ ପ୍ରଥମେ ମାର୍ଚ୍ଚ ୨୯ ତାରିଖରେ କର୍ମ ଫଳଦାତା ଶନି ମୀନ ରାଶିରେ ପ୍ରବେଶ କରିବେ । ଶନିଙ୍କର ମୀନ ରାଶିରେ ଗୋଚର କରିବା ଦ୍ୱାରା ମୀନ ରାଶିରେ ଶନି ଏବଂ ସୂର୍ଯ୍ୟଙ୍କ ସଂଯୋଗ ସୃଷ୍ଟି ହେବ । ଏହି ଦିନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ହେବ । ଏହା ଦ୍ୱାରା କିଛି ରାଶିର ଭାଗ୍ୟ ଚମକି ଉଠିବ । ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ସମୟ ଅବଧି ମଧ୍ୟରେ ଆକସ୍ମିକ ଧନଲାଭ ଏବଂ ଭାଗ୍ୟୋଦୟର ସଂଯୋଗ ମଧ୍ୟ ହେବ । ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ...

କର୍କଟ ରାଶି-

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏକାସଙ୍ଗେ ସୂର୍ଯ୍ୟ ପରାଗ ଏବଂ ଶନି ଗୋଚର ଲାଭପ୍ରଦ ହେବ । କାରଣ ଶନିଙ୍କ ଗୋଚରର ପ୍ରକୋପରୁ ମୁକ୍ତି ମିଳିବ । ଏହି ସମୟରେ ଶନି ଦେବତା ଆପଣଙ୍କ ରାଶିର ନବମ ଭାଗରେ ଅବସ୍ଥାନ କରିବେ । ତେଣୁ ଏହି ସମୟ ଅବଧି ମଧ୍ୟରେ ଆପଣଙ୍କୁ ଭୌତିକ ସୁଖ ପ୍ରାପ୍ତ ହେବ । ଏହା ସହ ଆପଣ ସମାଜରେ ମଧ୍ୟ ଲୋକପ୍ରିୟ ହେବେ । ଆପଣଙ୍କୁ ମାନ ସମ୍ମାନ ମିଳିବ । ଭାଗ୍ୟ ମଧ୍ୟ ଆପଣଙ୍କୁ ସହଯୋଗ କରିବ । କ୍ୟାରିୟର୍‌ରେ ପ୍ରମୋସନ୍‌ ହେବାର ସଂଯୋଗ ରହିଛି । ଉଚ୍ଚ ଅଧିକାରୀଙ୍କ ସମର୍ଥନ ମିଳିବ ଏବଂ ନୂଆ ଦାୟିତ୍ତ୍ୱ ଆପମଙ୍କୁ ସଫଳତାର ଶୀର୍ଷକୁ ନେଇଯିବ । 

ବିଛା ରାଶି-

ସୂର୍ଯ୍ୟ ଗ୍ରହଣ ଏବଂ ଶନିଙ୍କ ଗୋଚର ବିଛା ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । କାରଣ ଶନି ମୀନ ରାଶିରେ ଗୋଚର କରିବା ପରେ ତାଙ୍କ ଅଶୁଭ ପ୍ରଭାବରୁ ଆପଣଙ୍କୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ହେବ । ବ୍ୟବସାୟୀଙ୍କୁ ଲାଭ ମିଳିବ । ରୋଗମୁକ୍ତ ହୋଇ ରହିବେ ଏବଂ ସ୍ୱାସ୍ଥ୍ୟ ଭଲ ରହିବ । ଏହି ସମୟରେ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ । ଆପଣଙ୍କ ସମସ୍ତ ଯୋଜନା ସଫଳ ହେବ । ଅଟକି ରହିଥିବା ଟଙ୍କା ମଧ୍ୟ ମିଳିପାରେ । ଏହା ସହ ଆପଣଙ୍କୁ ପୁଞ୍ଜି ନିବେଶରେ ମଧ୍ୟ ଲାଭ ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ । ଏହି ସମୟରେ ଆପଣ ଦେଶ ବିଦେଶର ଯାତ୍ରା ମଧ୍ୟ କରିପାରନ୍ତି । 

ମକର ରାଶି- 

ଆପଣଙ୍କ ପାଇଁ ଶନି ଗୋଚର ଏବଂ ସୂର୍ଯ୍ୟ ପରାଗ ଅନୁକୂଳ ପ୍ରମାଣିତ ହେବ । କାରଣ ଶନି ଦେବଙ୍କ ଗୋଚର ପରେ ହିଁ, ଆପଣଙ୍କୁ ଶନିଙ୍କ ସାଢେ ସାତିରୁ ମୁକ୍ତି ମିଳିବ । ଆପଣଙ୍କୁ କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ ଏବଂ ପ୍ରଚୁର ଧନ ପ୍ରାପ୍ତ ହେବ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ହେବ ଏବଂ ଅଯଥା ଖର୍ଚ୍ଚ କମିବ । କର୍ମ କ୍ଷେତ୍ରରେ ନୂତନ ସମ୍ଭାବନା ଏବଂ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଏହା ସହ ମାନସିକ ସୁଖ ମଧ୍ୟ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ । ବାପାଙ୍କ ସହଯୋଗ ମିଳିବ । ଅଟକି ରହିଥିବା ଟଙ୍କା ମଧ୍ୟ ମିଳିପାରେ ।     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.