ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶଶି କପୁର ଯେଉଁ ଫିଲ୍ମକୁ କରିଥିଲେ ରିଜେକ୍ଟ ସେହି ଫିଲ୍ମରେ ରାଜେଶ ଖାନ୍ନା ରଚିଥିଲେ ଇତିହାସ

Published By : Gurupada Nath | January 12, 2025 10:34 PM

ମୁମ୍ବାଇ, ୧୨/୧ : ରାଜେଶ ଖାନ୍ନା ବଲିଉଡ଼ର ପ୍ରଥମ ସୁପରଷ୍ଟାର ଭାବେ ଜଣାଯାଇଥାନ୍ତି । ସେ ୧୯୭୦ଦଶକରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜ୍ କରୁଥିଲେ । ତାଙ୍କ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଉଥିଲା । ଏହି ସମୟରେ ରାଜେଶ ଖାନ୍ନାଙ୍କୁ ଏକ ଏଭଳି ଫିଲ୍ମରେ ଅଭିନୟର ଅଫର ମିଳିଥିଲା ଯାହା ପ୍ରଥମେ ଶଶି କପୁରଙ୍କୁ ଅଫର କରାଯାଇଥିଲା । ଶଶି କପୁର ଏହି ଫିଲ୍ମକୁ ରିଜେକ୍ଟ କରି ଦେଇଥିଲେ । ଯାହା ପରେ ଏହି ଫିଲ୍ମକୁ ରାଜେଶ ଖାନ୍ନା କରିଥିଲେ । ଏହି ଫିଲ୍ମ ପରବର୍ତ୍ତି ସମୟରେ ସୁପରହିଟ୍ ହୋଇଥିଲା । ଫିଲ୍ମ ୫୫ବର୍ଷ ପୂର୍ବରୁ ବକ୍ସ ଅଫିସରରେ ସନସନି କରି ଦେଇଥିଲା । ୧୯୭୦ରେ ଆସିଥିବା ଏହି ଫିଲ୍ମରେ ରାଜେଶ ଖାନ୍ନା ନାୟକ ଏବଂ ଖଳନାୟକ ଉଭୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ମୁମତାଜଙ୍କ ସହ ତାଙ୍କ ଜୋଡ଼ି ହିଟ୍ ଥିଲା ଏବଂ ସ୍କ୍ରିନରେ ତାଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଥିଲେ ଲୋକେ । ଏହି ଫିଲ୍ମ ଥିଲା ସଚ୍ଚା ଝୁଠା । 

ରୋଚକ କଥା ଏହା କି ଏହି ଫିଲ୍ମ ଲାଗି ପ୍ରଥମେ ଶଶି କପୁରଙ୍କୁ ଚୟନ କରାଯାଇଥିଲା । କିନ୍ତୁ ସେ ମୁମତାଜଙ୍କ ସହ କାମ କରିବାକୁ ଚାହୁଁନଥିଲେ । ଯେଉଁ କାରଣରୁ ସେ ଫିଲ୍ମକୁ ରିଜେକ୍ଟ କରିଦେଇଥିଲେ । ସେ ଏହି ସମୟରେ କେତେକ ବି ଗ୍ରେଡ ଷ୍ଟଣ୍ଟ ଫିଲ୍ମରେ ଅଭିନୟ କରୁଥିଲେ । ଫଳରେ ଏହି ଫିଲ୍ମ ରାଜେଶ ଖାନ୍ନାଙ୍କୁ ଅଫର କରାଯାଇଥିଲା । ଯିଏ ଏହି ଫିଲ୍ମ ସହ ବକ୍ସ ଅଫିସରେ ଇତିହାସ ରଚିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.