ନୂଆଦିଲ୍ଲୀ -କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଶୁକ୍ରବାର କହିଛନ୍ତି ଯେ, କିଛି ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟକୁ ମିଡ଼ିଆ ଦ୍ୱାରା ଭାରତୀୟ ଜନତା ପାର୍ଟି (ବିଜେପି)ର ସମର୍ଥନ ଭାବେ ଯଦିଓ ଦେଖା ଯାଉଛି , କିନ୍ତୁ ସେ ଏହାକୁ କେବଳ ସରକାର କିମ୍ୱା ଭାରତର ସମର୍ଥନ ଭାବେ ମନେକରନ୍ତି। ଥରୁର କହିଛନ୍ତି ଯେ, ସେ ପୂର୍ବରୁ ହିଁ ସ୍ପଷ୍ଟ କରିଥିଲେ ଯେ, କିଛି ଅନ୍ତର୍ଜାତୀୟ ମାମଲାରେ ତାଙ୍କୁ ରାଜନୀତି ବିଷୟରେ କଥା ହେବା ପସନ୍ଦ ନୁହେଁ ଏବଂ ଏହା ପରିବର୍ତ୍ତେ ସେ ଦେଶ ବିଷୟରେ କଥା ହେବାକୁ ପସନ୍ଦ କରନ୍ତି। ଥରୁର ଗତ ଦିନରେ କଂଗ୍ରେସ ଲିଡରସିପ୍ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ୍ କରି ଥିଲେ, ଯାହା ପରେ ସେ କହିଥିଲେ ଯେ ସବୁକିଛି ଠିକ୍ ଅଛି।
ଏହାସହ ମଧ୍ୟ ପଢନ୍ତୁ - ସାଧ୍ଵୀ ପ୍ରେମ ବାଇସାଙ୍କ ସନ୍ଦେହଜନକ ମୃତ୍ୟୁ : ଥଣ୍ଡା ଜ୍ଵର ପାଇଁ ନେଇଥିଲେ ଇଞ୍ଜେକ୍ସନ, ୫ ମିନିଟ୍ ପରେ ଚାଲିଗଲା ଜୀବନ
ତିରୁଅନନ୍ତପୁରମରୁ କଂଗ୍ରେସ ସାଂସଦ ଥରୁର ଏଠାରେ ସାମ୍ୱାଦିକଙ୍କୁ କହି ଥିଲେ – ଏହା କୌଣସି ନୂଆ କଥା ନୁହେଁ , ମୁଁ ସର୍ବଦା ଏହା କହି ଆସିଛି। ଗତ ବର୍ଷ ଭାରତ-ପାକିସ୍ତାନ ସଂଘର୍ଷ ଓ ପହଲଗାମ ହମଲା ପରେ କରାଯାଇଥିବା କୂଟନୀତିକ ପ୍ରୟାସ ଉପରେ ତାଙ୍କର ଟିପ୍ପଣୀକୁ ନେଇ ବିବାଦ ଠିଆ ହୋଇ ଥିଲା। ତାଙ୍କର ଟିପ୍ପଣୀ ଗୁଡ଼ିକ କଂଗ୍ରେସର ଆଭିମୁଖ୍ୟ ଠାରୁ ଅଲଗା ଥିଲା ଏବଂ ପାର୍ଟିର ଅନେକ ନେତା ତାଙ୍କର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରି ତାଙ୍କ ଉପରେ ଟାର୍ଗେଟ୍ କରିଥିଲେ।
ଥରୁର ସାମ୍ୱାଦିକଙ୍କ ସହ କଥାବାର୍ତ୍ତାରେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ, ପାର୍ଟିର କୌଣସି ସଦସ୍ୟଙ୍କୁ ପାର୍ଟିର ବିଚାରଧାରାର ବିରୁଦ୍ଧରେ ଯିବା ଉଚିତ୍ ନୁହେଁ। ସେ କହିଥିଲେ- ମୁଁ ସଂସଦରେ ସର୍ବଦା ପାର୍ଟି ସହ ଠିଆ ହୋଇଛି, ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ଯେବେ ସାମ୍ୱାଦିକମାନେ ତାଙ୍କୁ ପଚାରି ଥିଲେ ଯେ, ସେ କଣ ସ୍ପଷ୍ଟ ରୂପେ କହି ପାରିବେ ଯେ, ସେ କଂଗ୍ରେସ ପାର୍ଟି ଛାଡ଼ିବେ ନାହିଁ , ତ ଥରୁର କହିଥିଲେ – ମୁଁ କହି ପାରିବି ଯେ, ମୁଁ କଂଗ୍ରେସରେ ହିଁ ରହିବି ଏବଂ କୁଆଡ଼େ ଯିବି ନାହିଁ। ମୁଁ (କେରଳରେ) ନିର୍ବାଚନ ପ୍ରଚାରର ସଦସ୍ୟ ରହିବି ଏବଂ ୟୁଡିଏଫର ବିଜୟ ପାଇଁ କାମ କରିବି।
ସେ ପଚାରି ଥିଲେ – ମୋତେ ଏହିପରି ବିବୃତ୍ତି ଦେବାକୁ କାହିଁକି କୁହାଯାଉଛି ? ଥରୁର ନିଜର ଅଭିଯୋଗର ନିର୍ବାରଣ ପାଇଁ ଗୁରୁବାର ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ୍ କରିଥିଲେ , ଏହାପରେ ସେ କହିଥିଲେ ଯେ, ସବୁ ଠିକ୍ ଅଛି, ଏବଂ ସମସ୍ତେ ଏକାଠି ଅଛନ୍ତି। ଥରୁର ସମ୍ପ୍ରତି କୋଚ୍ଚିରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହ ହୋଇଥିବା ବ୍ୟବହାର ଓ କେରଳରେ କିଛି ନେତାଙ୍କ ଦ୍ୱାରା ତାଙ୍କୁ ଅଣଦେଖା କରିବାର ପ୍ରୟାସରେ ନିରାଶ ଥିବା କୁହାଯାଉ ଥିଲା।
ଏହା ସାକ୍ଷାତ୍ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଛି, ଯାହା କଂଗ୍ରେସ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ। କଂଗ୍ରେସ ଗତ ୧୦ ବର୍ଷରୁ ରାଜ୍ୟରେ ବିରୋଧୀ ଭାବେ ରହିଛି ଏବଂ ଏହି ଥର ବିଜୟ ହାସଲ କରିବାକୁ ଯଥା ସମ୍ଭବ ପ୍ରୟାସ କରୁଛି।