ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶେଖ ହାସିନାଙ୍କ ଝିଅଙ୍କ ବିରୋଧରେ WHO ର ବଡ଼ କାର୍ଯ୍ୟାନୁଷ୍ଠାନ, ଅନିର୍ଦ୍ଦିଷ୍ଟକାଳୀନ ଛୁଟିରେ ଗଲେ ସାଇମା ୱାଜେଦ

Published By : Harapriya Biswal | July 13, 2025 7:38 PM

ନୂଆଦିଲ୍ଲୀ,୧୩।୭:  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଝିଅ ସାଇମା ୱାଜେଦ ପୁତୁଲଙ୍କୁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ରୁ ଝଟକା। ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସାଇମାଙ୍କୁ ଅନିର୍ଦ୍ଦିଷ୍ଟକାଳୀନ ଛୁଟିରେ ପଠାଇ ଦିଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଇମା ୱାଜେଦଙ୍କୁ ଜୁଲାଇ ୧୧ ରେ ଛୁଟିରେ ପଠାଯାଇଥିଲା। ହେଲଥ୍ ପଲିସି ହ୍ୱାଟ୍ ର ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶ ଦୁର୍ନୀତି ନିବାରଣ କମିଶନ ସାଇମାଙ୍କ ବିରୋଧରେ ଠକେଇ, ଜାଲିଆତି ଏବଂ କ୍ଷମତାର ଅପବ୍ୟବହାର ମାମଲା ରୁଜୁ କରିବାର ଚାରି ମାସ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ବାଂଲାଦେଶ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ  ପ୍ରେସ୍ ସଚିବ ଶଫିକୁଲ ଆଲମ୍ ଏହାର ପ୍ରତିକ୍ରିୟା ଦେଇ ଏହାକୁ ‘ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପଦକ୍ଷେପ' ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଏକ ସ୍ଥାୟୀ ସମାଧାନ ଆବଶ୍ୟକ, ଯାହା ସାଇମାଙ୍କୁ ତାଙ୍କ ପଦବୀରୁ ହଟାଇବ, ସମସ୍ତ ସମ୍ବନ୍ଧିତ ସୁବିଧା ପ୍ରତ୍ୟାହାର କରିବ ଏବଂ ଏହି ପ୍ରତିଷ୍ଠାନର ଭୂମିକାର ଅଖଣ୍ଡତା ଏବଂ ସମଗ୍ର ଜାତିସଂଘ ବ୍ୟବସ୍ଥାର ବିଶ୍ୱସନୀୟତାକୁ ପୁନଃସ୍ଥାପିତ କରିବ। 

ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଦନୋମ୍ ଘେବ୍ରେୟସସ୍ କର୍ମଚାରୀଙ୍କୁ ଏକ ସଂକ୍ଷିପ୍ତ ଆଭ୍ୟନ୍ତରୀଣ ମେଲ୍ ପଠାଇ ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ସାଇମା ଶୁକ୍ରବାର (ଜୁଲାଇ ୧୧) ଠାରୁ ଛୁଟିରେ ରହିବେ ଏବଂ ତାଙ୍କ ସ୍ଥାନରେ WHOର ସହାୟକ ନିର୍ଦ୍ଦେଶକ କାଥାରିନା ବୋହେମଙ୍କୁ 'ପ୍ରଭାରୀ ଅଧିକାରୀ' ଭାବରେ ନିଯୁକ୍ତି ଦିଆଯିବ। ବୋହେମ ମଙ୍ଗଳବାର, ଜୁଲାଇ ୧୫ ତାରିଖରେ ନୂଆଦିଲ୍ଲୀରେ SEARO କାର୍ଯ୍ୟାଳୟରେ ଯୋଗଦେବେ। ବାଂଲାଦେଶ ଦୁର୍ନୀତି ନିବାରଣ କମିଶନ (ACC) ଚଳିତ ବର୍ଷ ଆରମ୍ଭରେ ସାଇମା ୱାଜେଦଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ତାଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲା। ସାଇମାଙ୍କୁ WHO ଆଞ୍ଚଳିକ ମୁଖ୍ୟ ପଦବୀ ପାଇଁ ତାଙ୍କ ମାଆ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଭାବ ବ୍ୟବହାର କରିବାର ACC ଅଭିଯୋଗ ମଧ୍ୟ କରିଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.