ନୂଆଦିଲ୍ଲୀ,୩୦/୧୨; ବାଂଲାଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କର ଆଜି ପରଲୋକ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ଅଶାନ୍ତ ଢାକାରେ ଯେମିତି ଏକ ଅଦୃଶ୍ୟ ଶୂନ୍ୟତା ଦେଖିବାକୁ ମିଳିଛି । ଜଣେ ପ୍ରଭାବଶାଳୀ ନାରୀ ନେତ୍ରୀଙ୍କୁ ହରାଇ ସ୍ତବ୍ଧ ହୋଇଛି ବାଂଲାଦେଶୀ ନ୍ୟାସନାଲିଷ୍ଟ ପାର୍ଟି । ଖଲିଦାଙ୍କ ବିୟୋଗରେ ତାଙ୍କର ଚିର ପ୍ରତିନ୍ଦ୍ୱନ୍ଦୀ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଖେଶ୍ ହସିନା ଗଭୀର ଶୋକ ପ୍ରକାଶ କରିଛନ୍ତି । ଜିୟାଙ୍କ ଦେହାନ୍ତ ଗଭୀର କ୍ଷତି ବୋଲି କହିଛନ୍ତି ହସିନା ।
ଖାଲିଦାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଶେଖ୍ ହସିନା କହିଛନ୍ତି, ''ବିପିଏନ ଅଧ୍ୟକ୍ଷା ଏବଂ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଦେଶର ରାଜନୈତିକ ଜୀବନ ପାଇଁ ଏହା ବଡ଼ କ୍ଷତି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଗଣତନ୍ତ୍ର ପ୍ରତିଷ୍ଠା ସଂଗ୍ରାମରେ ତାଙ୍କର ଭୂମିକା ପାଇଁ ରାଷ୍ଟ୍ର ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସବୁବେଳେ ମନେ ରଖାଯିବ ।''
Sheikh Hasina expresses condolences on the passing of Begum Khaleda Zia
— Bangladesh Awami League (@albd1971) December 30, 2025
-
I extend my deepest condolences on the passing of BNP Chairperson and former Prime Minister Begum Khaleda Zia.
As the first woman Prime Minister of Bangladesh, and for her role in the struggle to… pic.twitter.com/gqvSEzzVlS
ହସିନାଙ୍କ ସହ ଶତ୍ରୁତା- ଖାଲିଦା ଜିୟା ଏବଂ ଆୱାମୀ ଲିଗ୍ ନେତା ଶେଖ୍ ହସିନାଙ୍କ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବାଂଲାଦେଶର ରାଜନୀତିକୁ ଦୁଇ ଭାଗ କରିଥିଲା । ଦୁଇ ନେତାଙ୍କ ମଧ୍ୟରେ ସଂଘର୍ଷ କେବଳ କ୍ଷମତା ପରିବର୍ତ୍ତନ କରିନଥିଲା ବରଂ ଗଣତନ୍ତ୍ର, ପ୍ରତିଷ୍ଠାନ ଏବଂ ରାସ୍ତା ରାଜନୀତିକୁ ମଧ୍ୟ ପ୍ରଭାବିତ କରିଥିଲା । ଦୁଇ ମହିଳା ନେତ୍ରୀଙ୍କ ମଧ୍ୟରେ ଆଜୀବନ ଶତ୍ରୁତା ରହିଥିଲା । ଗୋଟିଏ ପଟେ ଖାଲିଦା ଆଉ ଗୋଟେ ପଟେ ହସିନା । ଦୁହିଁଙ୍କ ପିତା ଓ ପତି ଥିଲେ ସ୍ଵାଧୀନତା ସଂଗ୍ରାମୀ। ହେଲେ ଦୁହିଁଙ୍କ ବିଚାରାଧାରା ଥିଲା ଭିନ୍ନ। ଖାଲିଦା ଥିଲେ ଭାରତର କଟ୍ଟର ବିରୋଧୀ। ହସିନାଙ୍କ ସମୟରେ ବଦଳିଥିଲା ଭାରତ ସହ ବାଂଲାଦେଶର ସମ୍ପର୍କ ।
ଦୀର୍ଘଦିନର ଅସୁସ୍ଥତା ଯୋଗୁଁ ଆଜି ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ଖାଲିଦା ଜିୟା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ୧୯୯୧ରେ ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ସେ ମୋଟ ଦୁଇ ଥର ବାଂଲାଦେଶ ସରକାରର ନେତୃତ୍ୱ ନେଇଥିଲେ । ଗୃହିଣୀରୁ ରାଜନୀତି ମୈଦାନକୁ ଏଣ୍ଟ୍ରୀ କରିଥିଲେ ଖାଲିଦା । ଦଶନ୍ଧି ଧରି ରାଜନୈତିକରେ ପ୍ରଭାବ ବିସ୍ତାର କରିଥିଲେ ଖାଲିଦା । ତାଙ୍କ ନିଧନରେ ୨୦୨୫ରେ ବାଂଲାଦେଶୀ ରାଜନୀତିରେ ଅନ୍ତ ହୋଇଛି ଖାଲିଦା ଅଧ୍ୟାୟ ।