ନୂଆଦିଲ୍ଲୀ,୧୮।୧୨: ନୂତନ ସରକାର ପରେ ବି ବାଂଲାଦେଶରେ ସୁଧୁରୁନି ସ୍ଥିତି। ସଂଖ୍ୟାଲଘୁଙ୍କ ଉପରେ ଜାରି ରହିଛି ହିଂସାକାଣ୍ଡ । ହେଲେ ତାଠାରୁ ଆହୁରି ଶୋଚନୀୟ ହୋଇ ପଡିଛି ଆଗାମୀ ଲିଗ୍‌ ପାର୍ଟିର କର୍ମୀଙ୍କ ସ୍ଥିତି। ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବା ପରଠୁ ଏପର୍ଯ୍ୟନ୍ତ ତାଙ୍କ ଦଳର ୪୦୦ କର୍ମୀଙ୍କ ଯାଇ ସାରିଲାଣି ଜୀବନ। 

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ନିଜ ଦେଶ ଛାଡି ଭାରତରେ କରିଛନ୍ତି ଆତ୍ମଗୋପନ। ହେ‌ଲେ ବିପଦରେ ପଡିଛି ବାଂଲାଦେଶରେ ଥିବା ତାଙ୍କ ଆବାମୀ ଲିଗ୍ ପାର୍ଟିର ଶହ ଶହ ନେତା ଓ କର୍ମୀଙ୍କ ଜୀବନ। ତାଙ୍କ ଉପରେ ଲଗାତାର ଜାରି ରହିଛି ଆକ୍ରମଣ। ଏହା ଭିତରେ ଜଣାପଡିଛି ଯେ, ୫ ଅଗଷ୍ଟରୁ ଏପର୍ଯ୍ୟନ୍ତ ୪୦୦ ନେତା ଓ କର୍ମୀଙ୍କ ଜୀବନ ଯାଇସାରିଲାଣି। ଏସବୁ ବାଂଲାଦେଶରେ କଟ୍ଟରପନ୍ଥୀ ନେତୃତ୍ବାଧୀନ ଅନ୍ତରୀଣ ସରକାରଙ୍କ ସମୟରେ ହୋଇଛି। 

ଆଗାମୀ ଲିଗ୍‌ର ସଦସ୍ୟଙ୍କ କହିବା ଅନୁସାରେ ଏସବୁ ହତ୍ୟା ଜମାତ୍-ଇ-ଇସ୍ଲାମୀର ଲୋକ କରିଛନ୍ତି। ଏହା ହେଉଛି ଷ୍ଟୁଡେଣ୍ଟ ଓ୍ବିଙ୍ଗ ଛାତ୍ର ଶିବିର। ଯିଏକି ଏହି ସବୁ ହତ୍ୟା ଘଟଣାରେ ସମ୍ପୃକ୍ତ ରହିଛି। ଶେଖ୍ ହାସିନାଙ୍କ ପାର୍ଟି ନିକଟରେ ଏକ ଲିଷ୍ଟ ଜାରି କରିଛି। ଏଥିରେ ୩୯୪ ଲୋକଙ୍କ ଜୀବନ ରହିଛି। ଆଗାମୀ ଲିଗ୍ କହିଛି ଏହି ଲୋକଙ୍କୁ ଜୁଲାଇରୁ ଏପର୍ଯ୍ୟନ୍ତ ହତ୍ୟା କରାଯାଇଛି। ପାର୍ଟି ନେତାଙ୍କ କହିବା ଅନୁସାରେ, ଏହା ପ୍ରାରମ୍ଭିକ ଲିଷ୍ଟ। ଏହାପରେ ଆଉ ଏକ ଲିଷ୍ଟ ପ୍ରକାଶ ପାଇବ। ଯେଉଁଥିରେ ଏହା ସଂଖ୍ୟା ବଢିପାରେ।

ନିକଟରେ ଆବାମୀ ଲିଗ୍‌ର ଏକ କାର୍ଯ୍ୟକ୍ରମକୁ ଅନଲାଇନ୍‌ ଯୋଗେ ସମ୍ବୋଧିତ କରିଥିଲେ ହାସିନା। ଏହାପରେ ଆୟୋଜନ ଆମେରିକାରେ ହୋଇଥିଲା। ହାସିନା କହିଥିଲେ, ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ ହିନ୍ଦୁ ଓ ସଂଖ୍ୟାଲଘୁଙ୍କୁ ହତ୍ୟା କରୁଛନ୍ତି। ୟୁନୁସ ହିଁ ଏହାର ମାଷ୍ଟର ମାଇଣ୍ଡ। ନିକଟରେ ଭାରତର ସଂସଦରେ ମଧ୍ୟ ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି ନେଇ ଚିନ୍ତା ପ୍ରକାଶ କରାଯାଇଛି।