ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଶେଖ୍ ହସିନାଙ୍କ ବିରୋଧରେ ନାହିଁ କୌଣସି ସାଧାରଣ ହତ୍ୟା ମାମଲା, ବାଂଲାଦେଶ ଫେରାଇ ନେବାକୁ ଚାଲିଛି ଚେଷ୍ଟା

Published By : Prameya | March 2, 2025 6:53 PM

ଢାକା,୨।୩:  ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରଠାରୁ ହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଭାରତରେ ରହୁଛନ୍ତି। ମହମ୍ମଦ ୟୁନୁସ୍‌ ସରକାର  ଭାରତରୁ ହସିନାଙ୍କୁ ଫେରାଇବ ଆଣିବାର ଅପିଲ୍ କରିସାରିଛନ୍ତି। ଏହା ଭିତରେ ବାଂଲାଦେଶର ସରକାରୀ ଓକିଲ ଓ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣର ମୁଖ୍ୟ ଆଇନଜୀବି ମହମ୍ମଦ ତାଜୁଲ ହୁସେନ କହିଛନ୍ତି ଶେଖ୍ ହାସିନାଙ୍କୁ ବାଂଲାଦେଶକୁ ଫେରାଇ ନେବାର ଚେଷ୍ଟା ଚାଲିଛି। ତାଙ୍କ ବିରୋଧରେ ମାସେ କିମ୍ବା ଦେଢ ମାସ ଭିତରେ ମକଦ୍ଦମା ଚାଲିବା ଆରମ୍ଭ ହୋଇଯିବ। ହୁସେନ କହିଛନ୍ତି, ହସିନାଙ୍କ ବିରୋଧରେ କୌଣସି ସାଧାରଣ ହତ୍ୟା ମାମଲା ନାହିଁ। ଏଭଳି ଭାବରେ ବାଂଲାଦେଶ ଶେଖ ହସିନାଙ୍କୁ ଫେରାଇ ଆଣିବାର ଚେଷ୍ଟା ଚଳାଇଛି।

ମହମ୍ମଦ ତାଜୁଲ ହୁସେନ କହିଛନ୍ତି, ଇଣ୍ଟରପୋଲ୍‌ ମାଧ୍ୟମରେ ହସିନାଙ୍କୁ ବାଂଲାଦେଶ ଫେରାଇ ନେବାର ଚେଷ୍ଟା ଚାଲିଛି। ସେ ଏହି ମାମଲାରେ ବାଂଲାଦେଶ ଓ ଭାରତ ଭିତରେ ହୋଇଥିବା ଚୁକ୍ତିକୁ ମଧ୍ୟ ମନେପକାଇଛନ୍ତି। ତାଜୁଲ କହିଛନ୍ତି, ଆମକୁ ହସିନାଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ରିପୋର୍ଟ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବାର ଆଶା କରାଯାଉଛି।’ ଯଦି ଆମକୁ ଔପଚାରିକ ଭାବରେ ରିପୋର୍ଟ ମିଳିଥାଏ ତେବେ ଏକ କିମ୍ବା ଦେଢ ମାସ ଭିତରେ ପକ୍ରିୟା ଆରମ୍ଭ କରାଯିବ। ଏପର୍ଯ୍ୟନ୍ତ ଏହା କହିବା ସମ୍ଭବ ନୁହେଁ ସେ ତାହା କେଉଁ ପର୍ଯ୍ୟନ୍ତ ଚାଲିବ। କୋର୍ଟ ଦସ୍ତାବିଜର ମାତ୍ର ଓ ସାକ୍ଷୀଙ୍କ ବୟାନ ଆଧାରରେ ବିଚାର କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବ। ସେ କହିଛନ୍ତି, ଆମ ପକ୍ଷରୁଆମେ ପରୀକ୍ଷଣ ପକ୍ରିୟାକୁ ଯଥାଶୀଘ୍ର ଆଗକୁ ବଢାଇବାର ଚେଷ୍ଟା କରିବେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.