ନୂଆଦିଲ୍ଲୀ,୨୨/୦୫: ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ବିଚ୍ଛେଦ ହେବା ପରେ ଭାରତୀୟ  କ୍ରିକେଟ୍‌ ଦଳର ପୂର୍ବତନ ଓପନର ଶିଖର ଧାୱନ ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି । ପୁଅ ଜୋରାଭର ବି  ପାଖରେ ନାହିଁ । ଏହାରି ଭିତ‌ରେ ଧାୱନ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି ।  ଯାହାର ମୂଲ୍ୟ ୬୯ କୋଟି ବୋଲି ଜାଣିବାକୁ ମିଳିଛି । 

ସୂଚନା ଅନୁସାରେ, ଧାୱନ ଗୁରୁଗାଓଁରେ ୬୦୪୦  ସ୍କୟାର ଫୁଟର ଏକ ଆପାର୍ଟମେଣ୍ଟ କିଣିଛନ୍ତି । ଘର କିଣା ଖର୍ଚ୍ଚ  ୬୫.୬୧ କୋଟି ଏବଂ କାଗଜପତ୍ର ବାବଦକୁ ୩.୨୮ କୋଟି  ଟଙ୍କା ଦେବାକୁ ପଡ଼ିଛି । ଗତ ବର୍ଷ ଅକ୍ଟୋବର ମାସରେ  ଧାୱନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ ।  ୨୦୧୦ରେ ଦିନିକିଆରେ ପଦାର୍ପଣ କରିଥିଲେ । ୨୦୨୨ରେ  ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲେ । ଆୟେଶାଙ୍କ ସହ ବିଚ୍ଛେଦ ହେବା ପରେ ଧାୱନ ଏବେ ନୂଆ  ବାନ୍ଧବୀ ପାଇଛନ୍ତି ବୋଲି କୁହାଯାଉଛି । ତାଙ୍କ ନାମ ସୋଫିଆ  ସାଇନ । ଦୁହିଁଙ୍କ ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ  ହେଉଛି । କିନ୍ତୁ ଧାୱନ ଏ ବିଷୟରେ କିଛି କହି ନାହାନ୍ତି ।