ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଗୁରୁଗାଓଁରେ ୬୯ କୋଟିର ଘର କିଣିଲେ ପୂର୍ବତନ ଷ୍ଟାର କ୍ରିକେଟ୍ ଶିଖର ଧାୱନ

Published By : Prameya | May 22, 2025 1:17 PM

ନୂଆଦିଲ୍ଲୀ,୨୨/୦୫: ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ବିଚ୍ଛେଦ ହେବା ପରେ ଭାରତୀୟ  କ୍ରିକେଟ୍‌ ଦଳର ପୂର୍ବତନ ଓପନର ଶିଖର ଧାୱନ ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି । ପୁଅ ଜୋରାଭର ବି  ପାଖରେ ନାହିଁ । ଏହାରି ଭିତ‌ରେ ଧାୱନ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି ।  ଯାହାର ମୂଲ୍ୟ ୬୯ କୋଟି ବୋଲି ଜାଣିବାକୁ ମିଳିଛି । 

ସୂଚନା ଅନୁସାରେ, ଧାୱନ ଗୁରୁଗାଓଁରେ ୬୦୪୦  ସ୍କୟାର ଫୁଟର ଏକ ଆପାର୍ଟମେଣ୍ଟ କିଣିଛନ୍ତି । ଘର କିଣା ଖର୍ଚ୍ଚ  ୬୫.୬୧ କୋଟି ଏବଂ କାଗଜପତ୍ର ବାବଦକୁ ୩.୨୮ କୋଟି  ଟଙ୍କା ଦେବାକୁ ପଡ଼ିଛି । ଗତ ବର୍ଷ ଅକ୍ଟୋବର ମାସରେ  ଧାୱନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ ।  ୨୦୧୦ରେ ଦିନିକିଆରେ ପଦାର୍ପଣ କରିଥିଲେ । ୨୦୨୨ରେ  ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲେ । ଆୟେଶାଙ୍କ ସହ ବିଚ୍ଛେଦ ହେବା ପରେ ଧାୱନ ଏବେ ନୂଆ  ବାନ୍ଧବୀ ପାଇଛନ୍ତି ବୋଲି କୁହାଯାଉଛି । ତାଙ୍କ ନାମ ସୋଫିଆ  ସାଇନ । ଦୁହିଁଙ୍କ ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ  ହେଉଛି । କିନ୍ତୁ ଧାୱନ ଏ ବିଷୟରେ କିଛି କହି ନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.