ନୂଆଦିଲ୍ଲୀ,୦୨/୦୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ  ଓପନର ଶିଖର ଧାୱନ ଲେଖିଛନ୍ତି  ଆତ୍ମଜୀବନୀ । ଯାହାର ନାମ ରଖିଛନ୍ତି  ‘ଦ ୱାନ’ । ପୁସ୍ତକ ଛପା ସରିଛି ।  ଧାୱନ ନିଜେ ଇନ୍‌ଷ୍ଟାଗ୍ରାମରେ ଏହାର ଉନ୍ମୋଚନ କରିଛନ୍ତି  ଏକ ସଟ୍‌ ଭିଡିଓ ମାଧ୍ୟମରେ ।  

ଧାୱନ କହିଛନ୍ତି, ‘ଜୀବନର ସବୁ  ମ୍ୟାଚ୍‌ ପିଚରେ ଖେଳାଯାଏ ନାହିଁ ।  ଲୋକମାନେ ମୋର କରଭ ଡ୍ରାଇଭ, ସେଲିବ୍ରେସନ ଓ ହସ ବି ଦେଖିଛନ୍ତି ।  କିନ୍ତୁ ଯେଉଁ କାହାଣୀ ମୋ ଭିତରେ ଲୁଚି  ହୋଇଥିଲା ତାହା ଏବେ କହିବାର ଅଛି ।  ମୁଁ ଏକ ମଣିଷ, କ୍ରିକେଟ୍‌ ପିଚ ହିଁ ମୋତେ ପରିଚୟ ଦେଇଥିଲା । ଏହି ବହିରେକେବଳ ମୋ କାହାଣୀ ନାହିଁ, ପ୍ରତ୍ୟେକ  ମଣିଷର କାହାଣୀ ଯିଏ ସ୍ୱପ୍ନ ଦେଖେ, ନିଜେ  ଉପରକୁ ଉଠେ । ‘ଦ ୱାନ’ ହେଉଛି ମୁଁ ।’ ଧାୱନ କ୍ୟାରିୟରରେ ୩୪ଟି ଟେଷ୍ଟ ଖେଳି  ୨୩୧୫ ରନ୍‌, ୧୬୭ଟି ଦିନିକିଆ ଖେଳି  ୬୭୯୩ ରନ୍‌ ଏବଂ ୬୮ଟି ଟି-ଟ୍ୱେଣ୍ଟି ଖେଳି  ୧୭୫୯ ରନ୍‌ କରିଥିଲେ । ଟେଷ୍ଟରେ ୭ ଓ  ଦିନିକିଆରେ ୧୭ଟି ଶତକ ସାମିଲ ରହିଛି ।