ଫିରିଙ୍ଗିଆ,୧୬/୭ : ଫିରିଙ୍ଗିଆ ସ୍ଥିତ ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ଶିକ୍ଷା ଭବନ କୋଠାକୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଗୁରୁବାର ଉଦଘାଟନ କରିଛନ୍ତି। ଫିରିଙ୍ଗିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ଆନୁକୂଲ୍ୟରେ ୧ କୋଟି ୯୦ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଛି।
ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସହିତ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ,ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ,ପିଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫିରିଙ୍ଗିଆର ଅଧକ୍ଷ କୈଳାଶ ସିଂ , ବିଜେପି ର ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ବିଜେପି ନୁଆଁ ପଦର ମଣ୍ଡଳ ସଭାପତି ଦେବେଶ୍ୱର ଦୀପ, ଫିରିଙ୍ଗିଆ ମଣ୍ଡଳ ସଭାପତି ଶ୍ରୀବଛ କହଁର, ଶିକ୍ଷା ପ୍ରତିନିଧି କଂସ ଦେବ ସାହୁ, ସ୍ୱାସ୍ଥ୍ୟ ପ୍ରତିନିଧି ଅକ୍ଷୟ କଟା, ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନ ଙ୍କ ସହ ଫିରିଙ୍ଗିଆ ଅଞ୍ଚଳ ଏବଂ ବ୍ଲକ ସ୍ଥରରୁ ବହୁ ବରିଷ୍ଠ ବିଜେପି କର୍ମୀ ଉପସ୍ଥିତ ଥିଲେ l ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଙ୍କ ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ l