ନୂଆଦିଲ୍ଲୀ,୨୫।୨: ହିମାଚଳ ପ୍ରଦେଶରେ ପହଞ୍ଚିଥିବା ୨୦ ଜଣ ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ ସୋଲାନ ପୁଲିସ ଅଟକ ରଖିଛି। ଏହି ଘଟଣା ରାଜନୈତିକ ଏବଂ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି। ଘଟଣାଟି ୩  ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ସହିତ ଆରମ୍ଭ ହୋଇଥିଲା, କିନ୍ତୁ କଥା ଏତେ ଦୂର ବଢିଗଲା ଯେ, ସୋଲାନ ପୁଲିସ ୨୦ ଜଣ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲା। ଏହି ସମ୍ପୂର୍ଣ୍ଣ ଘଟଣା ଚଣ୍ଡିଗଡ଼-କାଲକା-ସିମଲା ହାଇୱେରେ ଘଟିଥିଲା, ଯେଉଁଠି ଉଭୟ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଥିଲେ।

ଏହି ପୁରା ମାମଲାଟି ଦିଲ୍ଲୀରେ ଅନୁଷ୍ଠିତ ଏଆଇ ସମ୍ମିଳନୀ ସହିତ ଜଡିତ। ଏହି ସମ୍ମିଳନୀ ସମୟରେ ତିନି ଜଣ ଯୁବ କଂଗ୍ରେସ କର୍ମୀ ସାର୍ଟଲେସ୍ ପ୍ରତିବାଦ କରିଥିଲେ। ପ୍ରତିବାଦ ପରେ, ତିନି ଜଣ କର୍ମୀ ସିମଲା ଜିଲ୍ଲାର ରୋହଡୁ ଚାଲି ଯାଇଥିଲେ। ସେଠାରେ ଏକ ସ୍ଥାନୀୟ ହୋଟେଲରେ ରହିଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ସ୍ଥାନ ବିଷୟରେ ଜାଣିପାରିଲା ଏବଂ ଏକ ଟିମ୍ ନେଇ ରୋହଡୁରେ ପହଞ୍ଚିଲା। ସେଠାରୁ, ତିନି ଜଣଙ୍କୁ ଅଟକ ରଖାଯାଇଥିଲା ଏବଂ ସେମାନଙ୍କୁ ଦିଲ୍ଲୀ ନିଆଯାଉଥିଲା, କିନ୍ତୁ ବାଟରେ ମାମଲା ଆହୁରି ଜଟିଳ ହୋଇଗଲା।

ଉଲ୍ଲେଖନୀୟ ଯେ, ଅଟକ ଥିବା ତିନି ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ଶିମଲା ଜିଲ୍ଲା କୋର୍ଟରେ ହାଜର କରିଥିଲା ଦିଲ୍ଲୀ ପୋଲିସ। ସେମାନଙ୍କୁ ACJM କୋର୍ଟ ନମ୍ବର ୨ କୁ ଅଣାଯାଇଥିଲା। ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ମାମଲା ଆଉ ଆଇନଗତ କ୍ଷେତ୍ରରେ ସୀମିତ ନୁହେଁ, ବରଂ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ମାମଲାରେ ସେତେବେଳେ ଟ୍ବିଷ୍ଟ ଆସିଥିଲା,ସେତେବେଳେ ଜଣାପଡିଥିଲା ଅଭିଯୁକ୍ତଙ୍କ ଭିତରକୁ ଜଣେ ଜିତେନ୍ଦ୍ର ସିଂହ ଦିଲ୍ଳୀ ସ୍ଥିତ ହିମାଚଳ ପ୍ରଦେଶରେ ରହିଥିଲା। ଦିଲ୍ଲୀ ପୁଲିସର ଟିମ୍ ତାକୁ ଧରିବା ପାଇଁ ରାତି ଅଧରେ ହିମାଚଳ ସଦନରେ ଚଢାଉ କରିଥିଲା। ଏହି ଚଢାଉକୁ ନେଇ ଖୁବ୍ ବିବାଦ ହୋଇଥିଲା। ବିରୋଧି ଏହାକୁ ନେଇ ରାଜନୀତି କରିଥିଲେ। ସେଭଳି ଦିଲ୍ଲୀ ପୋଲିସ ଏହା ଆଇନଗତ ପଦକ୍ଷେପ ବୋଲି କହିଥିଲା।

ମଙ୍ଗଳବାର ଦିଲ୍ଲୀରୁ ସିମଲା ଫେରିବା ପରେ ମୁଖ୍ୟମନ୍ତ୍ରୀ ସୁଖୁ ମଧ୍ୟ ଏହି ବିଷୟରେ ବୟାନ ଜାରି କରିଥିଲେ। ସେ କହିଥିଲେ,ଏହା ସମ୍ବିଧାନିକ ପକ୍ରିୟା ବିରୋଧି ରହିଛି। ଦିଲ୍ଲୀରେ କମିଶନ୍ରଙ୍କୁ ସୂଚନା ଦେବାର ଦରକାର ଥିଲା। କର୍ମୀଙ୍କ ପକ୍ଷରୁ ବୁକିଂ ହୋଇଥିଲା। ବିଶେଷ ଭାବରେ ରୁମ୍ ବୁକ୍ ହୁଏ ଓ ଏହାର ପେମେଣ୍ଟ ମଧ୍ୟ ହୋଇଥାଏ। ଏଥିରେ କୌଣସି ନୂଆ କଥା ନାହିଁ। ସେ ଯୁବ କଂଗ୍ରେସ ଅଧ୍ୟକ୍ଷ ଉଦୟ ଭାନ୍ ଚିବଙ୍କ ଗିରଫଦାରୀକୁ ଭୁଲ୍ ବୋଲି କହିଥିଲେ। ସେ କହିଥିଲେ ତାଙ୍କୁ ବୁଝାଇକି ଛାଡି ଦେବାର ଦରକାର ଥିଲା, କିନ୍ତୁ ତାଙ୍କୁ ଗିରଫ କରାଗଲା। ଏହା ଭୁଲ।

ଦିଲ୍ଲୀର ହିମାଚଳ ସଦନରେ ଅନୁଷ୍ଠିତ ଏଆଇ ସମ୍ମିଳନୀରେ ପ୍ରତିବାଦ କରିଥିବା ଯୁବ କଂଗ୍ରେସ କର୍ମୀଙ୍କ ରହଣି ଉପରେ ହିମାଚଳ ବିଜେପି ପ୍ରଶ୍ନ ଉଠାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ହିମାଚଳ ସଦନକୁ ଷଡ଼ଯନ୍ତ୍ରର କେନ୍ଦ୍ର କରାଯିବା ଉଚିତ୍ ନୁହେଁ। ସେଠାରେ ରହୁଥିବା ଲୋକଙ୍କ ପରିଚୟପତ୍ର ଲୁଚାଇବା ଉଚିତ୍ ନୁହେଁ। ଜୟରାମ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ମଧ୍ୟ ଏହି ଯୋଜନାରେ ସାମିଲ ଥିଲେ। ଏହା ଦୁର୍ଭାଗ୍ୟଜନକ ଯେ ପରାଜୟ ଯୋଗୁଁ କଂଗ୍ରେସ ନେତାମାନେ ଚାପରେ ଅଛନ୍ତି ଏବଂ ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି।

ଆହୁରି ପଢନ୍ତୁ :NCERT ପାଠ୍ୟ ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ବିଷୟ ନେଇ ସିଜେଆଇଙ୍କ ଅସନ୍ତୋଷ,କହିଲେ- ନିଆଯିବ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ