ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ, ହେଲେ ଗେରୁଆ ରଙ୍ଗକୁ ପରାସ୍ତ କରିବାରେ ବିଫଳ ହେଲେ : ଶିବସେନା

Published By : Ladu Kishor | March 31, 2025 10:42 PM

Image courtesy: indiatoday

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଧୁମ୍‌ଧାମରେ ଇଦ୍ ପାଳନ କରାଯାଇଥିବା ବେଳେ, ଅନ୍ୟପଟେ ରାଜନୈତିକ ବୟାନବାଜୀରେ ପରିବେଶ ସରଗରମ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ କ଼ଡା ଜବାବ ଦେଇ ଶିବସେନା ନେତ୍ରୀ ମନୀଷା କାୟାଣ୍ଡେ ଆକ୍ରମଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ,ସେ (ମମତା ବାନାର୍ଜୀ) ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଭୋଟ ପ୍ରତିଶତ ଆହୁରି ହ୍ରାସ ପାଇଛି ଏବଂ ହ୍ରାସ ପାଇବ।

ନ୍ୟୁଜ୍ ଏଜେନ୍ସି ଆଇଏଏନଏସକୁ ଦେଇଥିବା ଏକ ବିବୃତ୍ତିରେ ଶିବସେନା ନେତା ମନୀଷା କାୟାଣ୍ଡେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି, "ମମତା ବାନାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେ ଅନ୍ୟ ରାଜ୍ୟରେ ତାଙ୍କ ଦଳ (ଟିଏମସି)କୁ ବିସ୍ତାର କରିବାରେ ବିଫଳ ହୋଇଥିଲେ। ତାଙ୍କ ଦଳର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଛି, ଏବଂ ତାଙ୍କ ଭୋଟ ଅଂଶ ନିରନ୍ତର ହ୍ରାସ ପାଉଛି। ସେ ବାମପନ୍ଥୀ (କମ୍ୟୁନିଷ୍ଟ)ଙ୍କୁ ପରାସ୍ତ କରିଥିଲେ, କିନ୍ତୁ ଗେରୁଆ ରଙ୍ଗକୁ ପରାସ୍ତ କରିବାରେ ବିଫଳ ହୋଇଥିଲେ।"

କାୟାଣ୍ଡେ ଆହୁରି କହିଛନ୍ତି, "ମମତା ବାନାର୍ଜୀଙ୍କର ଗେରୁଆ ରଙ୍ଗକୁ ପରାସ୍ତ କରିବାର ମହତ୍ତ୍ୱାକାଂକ୍ଷା ଥିଲା, କିନ୍ତୁ ଏହା କେବେ ପୂରଣ ହେବ ନାହିଁ କାରଣ ଏବେ ଜନସାଧାରଣ ଏପରି ସଂକୀର୍ଣ୍ଣ ମାନସିକତା ପୋଷଣ କରନ୍ତି ନାହିଁ।"

ଏହା ବ୍ୟତୀତ ମନୀଷା କାୟାଣ୍ଡେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ନୂତନ ଶିକ୍ଷା ନୀତି ଉପରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, "ସୋନିଆ ଗାନ୍ଧୀଙ୍କର ଏହି ପ୍ରସଙ୍ଗରେ କଥା ହେବାର କୌଣସି ନୈତିକ ଅଧିକାର ନାହିଁ। ସେ ଦେଶ ପାଇଁ କ'ଣ କରିଛନ୍ତି? ସେ ଯାହା କରିଛନ୍ତି, କେବଳ ତାଙ୍କ ଦଳ କଂଗ୍ରେସ ପାଇଁ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.