ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲକ୍ଷ ଟଙ୍କା, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘୋଷଣା….

Published By : Ladu Kishor | May 15, 2025 5:54 PM

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ହେଲେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚିପାରି ନାହିଁ। ଯଦିଓ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖିଛି, ତଥାପି ଏପର୍ଯ୍ୟନ୍ତ ଏହି ଆତଙ୍କବାଦୀଙ୍କୁ ନେଇ କୌଣସି ସୂଚନା ମିଳିନାହିଁ । ଏବେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ପକ୍ଷରୁ ଏହାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି। ଶିବସେନା ଘୋଷଣା କରିଛି ଯେ, ଯିଏ ଏହି ଆତଙ୍କବାଦୀ ମାନଙ୍କୁ ଚିହ୍ନଟ କରିବ ତାଙ୍କୁ ଦଳ ପକ୍ଷରୁ ଅତିରିକ୍ତ ପୁରସ୍କାର ଦିଆଯିବ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଶିବସେନା ୧୦ ଲକ୍ଷ ଟଙ୍କାର ଅତିରିକ୍ତ ପୁରସ୍କାର ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ ଜମ୍ମୁ-କାଶ୍ମୀର ପୋଲିସ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରିବା ପରେ ଏହି ଘୋଷଣା କରାଯାଇଛି । ତେବେ ଏମାନଙ୍କ ଉପରେ ପୂର୍ବରୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଅପରାଧୀ ମାନଙ୍କୁ ଶୀଘ୍ର ଧରିବାକୁ ଜମ୍ମୁ-କାଶ୍ମୀର ପୋଲିସର ପ୍ରୟାସକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଶିବସେନା ଏହି ଘୋଷଣା କରିଛି । 
ଶିବସେନା ମଧ୍ୟ ଏ ସମ୍ପର୍କରେ ଏକ ଚିଠି ଜାରି କରିଛି ଯେଉଁଥିରେ ଲେଖାଯାଇଛି, 'ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରୁଥିବା ସୂଚନା ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।

ଚିଠିରେ ଆହୁରି ମଧ୍ୟ ଏକନାଥ ସିନ୍ଦେ କହିଛନ୍ତି,"ଆମେ ଆତଙ୍କବାଦ ଏବଂ ଏହାକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ ଭାବରେ ଅଛୁ। ଆମେ ନାଗରିକ ମାନଙ୍କୁ ଅନୁରୋଧ କରୁଛୁ ଯେ ଯଦି ସେମାନଙ୍କ ପାଖରେ ଏପରି କୌଣସି ସୂଚନା ଅଛି, ତାହାଲେ ସେମାନେ ଆଗକୁ ଆସନ୍ତୁ । ପୁରସ୍କାର ରାଶି ବୃଦ୍ଧି କରି, ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଦୋଷୀ ମାନଙ୍କୁ ଦଣ୍ଡ ଦିଆଯାଉ ଏବଂ ପୀଡିତ ଏବଂ ସେମାନଙ୍କ ପରିବାର ନ୍ୟାୟ ପାଆନ୍ତୁ।"

ସୂଚନାଥାଉକି,ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ତଦନ୍ତ ଏବେ ବି ଜାରି ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.