ସାହାଜପାଲ ,୧।୬ ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନେଶ୍ୱର ଶୈବ ପୀଠରେ ରୀତିକାନ୍ତିରେ  ଶିବ ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ସାହାଜପାଲ (ସଂଗ୍ରାମପୁର ) ଗ୍ରାମର କନ୍ୟା ପିତା ଉତ୍ତମ ବେହେରାଙ୍କ ଘରୁ ଆଜି ପଟୁଆର ଭାରରେ  ପୁତ୍ର ପିତା ରବିନ୍ଦ୍ର ଦେଓ  ଓ ମହାଦେବଙ୍କ ପାଖରେ ପଟୁଆର ଭାର ସହ ଜିନିଷପତ୍ର ସମର୍ପଣ କରାଯାଇଥିଲା । ଏଥିରେ ପୁତ୍ର ପିତା ଓ କନ୍ୟାପିତାଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ମହାଆଡମ୍ବରରେ ପାଳନ କରାଯାଇଥିଲା।