ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

‘ଏକନାଥ ସିନ୍ଦେ ପୁଣି ହୁଅନ୍ତୁ ମୁଖ୍ୟମନ୍ତ୍ରୀ’; ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କଲେ ଶିବସେନା କାର୍ଯ୍ୟକର୍ତ୍ତା

Image Courtesy: livehindustan

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଶାଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ସବୁଠୁ ଅଧିକ ସିଟ୍‌ରେ ଜିତିଥିବା ବିଜେପିର ନେତାମାନେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ସେହିଭଳି ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଗୋଟିଏ ଇଚ୍ଛା, ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ଚୌକିରେ ପୁଣି ଥରେ ବସନ୍ତୁ । ସେପଟେ ଅଜିତ ପାଓ୍ବାର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଅନେକ ଥର ଇଚ୍ଛା ପ୍ରକାଶ କରିସାରିଛନ୍ତି । ଏଥିପାଇଁ ମହାୟୁତିରେ ଥିବା ୩ ଦଳରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଜାରି ରହିଛି । 

ଗୋଟିଏ ପଟେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ପସନ୍ଦର ମୁଖ୍ୟମନ୍ତ୍ରୀଙ୍କ ଲାଗି ପୂଜାପାଠ କରୁଥିବା ଦେଖିବାକୁ ମିଳିଛି ।  ଶିବସେନା (ସିନ୍ଦେ) ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ଏକନାଥ ସିନ୍ଦେଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚୌକିରେ ଦେଖିବା ଲାଗି ଠାଣେର ବିଭିନ୍ନ ମନ୍ଦିରରେ ପ୍ରାର୍ଥନ ସଭାର ଆୟୋଜନ କରିଛନ୍ତି । କଶିଶ ପାର୍କ ଅଞ୍ଚଳରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ଶତାଧିକ ମହିଳା ଏକାଠି ହୋଇ ପୂଜାପାଠ କରିଛନ୍ତି । 

ଲୋକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସଂପର୍କ, ଲାଡଲୀ ବାହିନ ଯୋଜନା ଲାଗି ମହାୟୁତି ବିଜୟ ପାଇଛି ବୋଲି ମହିଳାମାନେ ଦାବି କରିଛନ୍ତି । ଶିବସେନାର ଲୋକସଭା ସାଂସଦ ନରେଶ କହିଛନ୍ତି ଯେ, ଶିବସେନାର କାର୍ଯ୍ୟକର୍ତ୍ତା ଏକନାଥ ସିନ୍ଦେଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁଛନ୍ତି ।  ମହାରାଷ୍ଟ୍ରରେ ବିହାର ଭଳି ଫର୍ମୁଲା ଲାଗୁ ହେବ । ଯୋଗ୍ୟତା ଆଧାରରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଳି ସେ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଠାଣେ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହୋମ୍‌ ଟାଉନ୍‌ । ବିଧାନସଭା ନିର୍ବାଚନରେ ସେ କୋପରି-ପଚପାଖଡ଼ି ଆସନରୁ ଲଢ଼ି ୧ ଲକ୍ଷ ୨୦ ହାଜର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.