ଭୁବନେଶ୍ୱର, ୩୧/୧୦: ଭୁବନେଶ୍ବରରେ ଚାଞ୍ଚଲ୍ୟ । ଆକାଶରୁ ଖସିଲା ଉଡୁଥିବା ଟ୍ରାକିଂ ଡିଭାଇସ୍। ବେଲୁନରୁ ଖସି ଗଛରେ ପଡ଼ିଲା ଟ୍ରାକିଂ ଡିଭାଇସ୍ । ଇସାନେଶ୍ୱର ବସ୍ତିରୁ ଜିପିଏସ ଟ୍ରାକିଂ ଡିଭାଇସ୍ ଜବତ କରିଛି ପୁଲିସ।
ସୂଚନା ମୁତାବକ, ଗୁରୁବାର ରାତିରେ ଆକାଶରେ ଏକାଧିକ ଟ୍ରାକିଂ ଡିଭାଇସ୍ ଉଡୁଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ଲୋକେ ଛାନିଆ ହୋଇଯାଇଥିଲେ । ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚିଥିଲା । ଏହାରି ମଧ୍ୟରେ ଗୋଟିଏ ଟ୍ରାକିଂ ଡିଭାଇସ୍ ବେଲୁନରୁ ଖସି ଗଛରେ ପଡ଼ି ଯାଇଥିଲା । ଉକ୍ତ ଟ୍ରାକିଂ ଡିଭାଇସ୍କୁ ପୁଲିସ ଜବତ କରି ତଦନ୍ତ କରୁଛି । ଏହି ଟ୍ରାକିଂ ଡିଭାଇସ୍ କେଉଁଠୁ ଆସିଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।