ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Toronto Pub Shooting: କାନାଡାର ଟରୋଣ୍ଟୋରେ ଗୁଳିମାଡ; ୧୨ ଲୋକ ଗୁରୁତର

Published By : Bijay Swain | March 8, 2025 9:14 PM

Image courtesy: apnews

ନୂଆଦିଲ୍ଲୀ: କାନାଡାରେ ଫୁଣି ଗର୍ଜିଲା ବନ୍ଧୁକ। ପୂର୍ବ ଟରୋଣ୍ଟୋରେ ଏକ ପବରେ ଗୁଳିମାଡ ହୋଇଥିବା ନେଇ ମିଳିଲା ଖବର। ଏହି ଗୁଳିମାଡ ଘଟଣାରେ ୧୨ ଜଣ ଲୋକ ଗୁରୁତର ଆହତ ହୋଇଥିବା ନେଇ ଖବର ମିଳିଛି। ମିଳିଥିବା ଖବର ମୁତାବକ ଗତ ଶୁକ୍ରବାର ଟରୋଣ୍ଟୋରେ ଥିବା ସ୍କାରବ୍ରୋ ଟାଉନ ସେଣ୍ଟର ମଲ ନିକଟସ୍ଥ ଏକ ପବରେ ରାତି ପ୍ରାୟ ୧୦ଟା ୪୦ ମିନିଟରେ ଗୁଳିମାଡ ହୋଇଥିବା ଜଣାପଡିଛି। ତେବେ ଏହି ଗୁଳିକାଣ୍ଡ ଭିଆଇଥିବା ଅତାତାୟି ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। 

ପ୍ରଥମିକ ସ୍ତରରେ ୧୧ ଜଣ ଲୋକ ଆହତ ହୋଇଥିବା ନେଇ ଖବର ମିଲିଥିଲା। କିନ୍ତୁ ପରେ କାନାଡା ପୋଲିସ ଏହି ଧଟଣାରେ ୧୨ ଜଣ ଲୋକ ଆହତ ହୋଇଥିବା ନେଇ ସ୍ପଷ୍ଟ କରିଥିଲା। ଆହତ ହୋଇଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ନେଇ ଖବର ମିଳିଛି। ତେବେ ଗୁଳିମାଡ କରିଥିବା ବ୍ୟକ୍ତି ଜଣଙ୍କ ଏକ କଳା ରଙ୍ଗର ଜ୍ୟାକେଟ ପିନ୍ଧିବା ସହ ସିଲଭର ରଙ୍ଗର କାର ଚଳାଇ ଗଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି ପୋଲିସ ସୂଚନା ପ୍ରଦାନ କରିଛି।

ଏହି ଦୁର୍ଘଟମା ପରେ କାନାଡା ପୋଲିସ ହାଇ ଆଲର୍ଟରେ ରହିଛି। ଲୋକମାନଙ୍କୁ ଘର ଭିତରେ ସୁରକ୍ଷିତ ରହିବା ପାଇଁ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ଏହି ଘଟଣାରେ ମୋଟ ତିନିଜଣ ଲୋକ ସାମିଲ ଥିଲେ ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଛି। ତେବେ ବର୍ତ୍ତମାନ ପୋଲିସ ସନ୍ଧିଗ୍ଧ ମାନଙ୍କୁ ହେପାଜତକୁ ନେବା ପାଇଁ ଛାନଭିନ ଚଳାଇଛି। 

ଆପଣଙ୍କୁ ଜମାଇରଖୁ ଯେ ଗତ ୨୦୨୨ ମସିହାରେ କାନାଡାର ନୋବହା ସ୍କୋଟିଆ ସହରରେ ଅନୁରୂପ ଶୈଳିରେ ଗୁଳିମାଡ ହୋଇଥିଲା। ଏହି ଘଟଣାରେ ୨୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ କାନାଡା ଇତିହାସରେ ସବୁଠୁ ଭୟଙ୍କର ଗୁଳିମାଡ ଘଟଣା ଭାବେ ଅଭିହିତ କରାଯାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.