ଢେଙ୍କାନାଳ, ୨୬।୧ : ପୂର୍ବ ବିବାଦକୁ କେନ୍ଦ୍ରକରି ଢେଙ୍କାନାଳ ସହରରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୁତ୍ତ । ସହରର ବାଜିଚୌକ ସ୍ଥିତ ଦୈନିକ ପରିବା ମାର୍କେଟରେ ଘଟିଛି ଏହି ମରଣାନ୍ତକ ଆକ୍ରମଣ । ଦୁର୍ବୁତ୍ତଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ପରିବା ବ୍ୟବସାୟୀ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଓ ପରେ କଟକ ଏସ ସିବିକୁ ଚିକିତ୍ସାପାଇଁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଣାପଡିଛି। ଗୁରୁତର ପରିବା ଦୋକାନୀ ସ୍ଥାନୀୟ ରଗଡି ସାହିର ପାଟୁ ଓରଫ ଦିପୁନ ପ୍ରଧାନ ବୋଲି ଜଣାପଡିଛି।
କିଛି ପ୍ରତକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଦିପୁନ ପ୍ରଧାନ ପରିବା ଦୋକାନରେ ବସିଥିବା ବେଳେ ଅଚାନକ ୩ଟି ବାଇକରେ ୫ଜଣ ଯୁବକ ହାତରେ ପିସ୍ତଲ, ଖଣ୍ଡା, ଭୁଜାଲି ଓ ଠେଙ୍ଗା ଧରି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଖଣ୍ଡାରେ ହାଣି ପକାଇବାରୁ ଦିପୁନ ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ି ଥିଲେ। ତେବେ ତାଙ୍କୁ ଗୋଡ଼ାଇବା ବେଳେ ସ୍ଥାନୀୟ ଲୋକ ଆସିଯିବାରୁ ସେମାନେ ଦୁଇଟି ବାଇକ ଯୋଗେ ପଳାଇଥିଲେ। ଫଳରେ ଦୁର୍ବୁତ୍ତ ଛାଡି ପଳାଇଥବା ଗୋଟିଏ ବାଇକ ରହିଯାଇଛି। ଖବର ପାଇ ଘଟଣାସ୍ଥଳରେ ଟାଉନ ପୁଲିସ ପହଁଚି ବାଇକକୁ ଜବତ କରି ଘଟଣାର ଛାନ ଭିନ ତଦନ୍ତ କରୁଛି। ତେବେ ଆକ୍ରମଣ କାରୀ ମାନେ ଢେଙ୍କାନାଳ ସହରର ଲଷ୍ମୀବଜାର ମଲ୍ଲାର ସାହି ଅଂଚଳର ବୋଲି ପୁଲିସ ସୁରାକ ପାଇଛି।
ଆହୁରି ପଢନ୍ତୁ : କୋଚିଂ ସେଣ୍ଟରରେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ