ଆନନ୍ଦପୁର,୪/୭ : ଘଷିପୁରାରେ ଫୁଟଲା ଗୁଳି । ଏଥିରେ ଜନୈକ ଯୁବତୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମେଡ଼ିକାଲ ରୋଡରେ ଥିବା ଏକ ଘରୋଇ ବ୍ଯାଙ୍କର ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଭ୍ଯାନର ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ହଠାତ୍ ଗୁଳି ଫୁଟିଥିଲା । 

ତେବେ ଗୁଳିଟି କକ୍ରିଂଟ୍ ରାସ୍ତାରେ ବାଜିବା ପରେ  କକ୍ରିଂଟ୍ ଖଣ୍ଡ ଚିଟିକି ଥିଲା । ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ଯୁବତୀଙ୍କ ଗୋଡରେ ସେହି କଂକ୍ରିଟ୍ ଖଣ୍ଡ ବାଜିବାରୁ ଯୁବତୀ ଜଣଙ୍କ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ଦାୟିତ୍ବ ହିନତାରୁ ଏଭଳି ହୋଇଥିବା ଜଣାପଡିଛି । ତେବେ ଏକ ବଡ଼ ଅଘଟଣ   ଅଳ୍ପକେ  ଟଳିଯାଇଛି ।  ଏହି ଘଟଣାରେ ସଂପୃକ୍ତ ସୁରକ୍ଷା କର୍ମୀ କ୍ଯାମେରା ସାମ୍ନାରେ କିଛି କହିବାକୁ ନାରାଜ ।