ଭୁବନେଶ୍ବର, ୧୫।୩ : ବିଜେଡିର ୨ ବିଧାୟକଙ୍କୁ ନୋଟିସ। ବାଲିଗୁଡା ବିଜେଡି ବିଧାୟକ ଚକ୍ରମଣି କହଁର ଓ ଜୟଦେବ ବିଜେଡି ବିଧାୟକ ନବ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ। କାହିଁକି ଦଳୀୟ ହ୍ବିପ୍ ମାନୁନ ୨ ବିଧାୟକଙ୍କୁ କାରଣ ଦର୍ଶାଇବାକୁ ନିର୍ଦେଶ ଦିଆଯାଇଛି। ରବିବାର ରାତି ୯ଟା ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦେଶ। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଛନ୍ତି।

ରାଜ୍ୟସଭା ନିର୍ବାଚନ ନେଇ ନବୀନ ନିବାସରେ ଗତ ୩ ଦିନ ଧରି ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେଉଛି। ସେଥିରେ ବିଧାୟକମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ଦଳୀୟ ହ୍ବିପ୍ ସତ୍ତେ୍ବ ଚକ୍ରମଣୀ ଓ ନବ ମଲ୍ଲିକ ନବୀନ ନିବାସ ଆସୁ ନାହାନ୍ତି। ଦଳୀୟ ହ୍ବିପକୁ ମାନୁ ନ ଥିବାରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସେହିପରି ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଛି । ସୋମବାର ସକାଳ ୯ ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢନ୍ତୁ ; ଦିଲୀପ ରାୟ ଓ ବିଜେପି ଘୋଡା ବେପାରକୁ ଗୁରୁତ୍ୱ ଦେଉଛି : କଂଗ୍ରେସ