ଭୁବନେଶ୍ବର ୧୫।୩: ରାଜ୍ୟସଭା ନିର୍ବାଚନ ସୋମବାର ହେବାକୁ ଯାଉଥିବା ବେଳେ କଂଗ୍ରେସ ଭିତରେ କ୍ରସ ଭୋଟିଂ ଡର ଲାଗି ରହିଛି । ଏହା ଭିତରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ କଂଗ୍ରେସକୁ ଧରାଛୁଆ ଦେଉ ନାହାନ୍ତି। ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଥିଲା। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ହାଜର ହେବାକୁ ନୋଟିସ ଦିଆଯାଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ଫଳରେ ତାଙ୍କୁ ନୂଆ ଡେଡଲାଇନ ଦିଆଯାଇଛି । ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସୋ’ କଜ୍ ନୋଟିସ୍ ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଥିଲା । ଏପରିକି ପିସିସି ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ , ପିସିସି ସଭାପତି ଭକ୍ତ ଦାସ ଯୋଗ ଯୋଗ କରିଥିଲେ ମଧ୍ୟ ସେ ଧରା ଛୁଆ ଦେଉ ନାହାନ୍ତି। ରବିବାର ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଯାହାକୁ ନେଇ ପୁଣି ଥରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।

ଆହୁରି ପଢନ୍ତୁ : ବିଧାୟକ ଚକ୍ରମଣୀ କହଁର, ନବ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ