ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଡେଟିଂ ଖବରକୁ କନଫର୍ମ କଲେ ଶ୍ରଦ୍ଧା, କହିଲେ-‘ପାର୍ଟନର୍‌ ସହ ସମୟ ବିତାଇବାକୁ ପସନ୍ଦ କରେ’

Published By : Krishna Priya | October 16, 2024 2:02 PM

ମୁମ୍ବାଇ ୧୬/୧୦: ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ତାଙ୍କ ବ୍ଲକବଷ୍ଟର ‘ସ୍ତ୍ରୀ ୨’ ସଫଳତାକୁ ଏଞ୍ଜଏ କରୁଛନ୍ତି। ଏଥିମଧ୍ୟରେ ଅଭିନେତ୍ରୀ ରିଲେସନସିପରେ ଅଛନ୍ତି ବୋଲି ନିଶ୍ଚିତ କରିଛନ୍ତି। ସେ ନିଜ ସାଥୀଙ୍କ ସହ ସବୁଠୁ ଅଧିକ କଣ ପସନ୍ଦ କରନ୍ତି ଏବଂ ତାଙ୍କ ବିବାହ ପ୍ଲାନିଂ ବିଷୟରେ ମଧ୍ୟ ସଙ୍କେତ ଦେଇଛନ୍ତି। 

ସ୍କ୍ରିନପ୍ଲେ ରାଇଟର୍‌ ରାହୁଲ ମୋଦୀଙ୍କୁ ଶ୍ରଦ୍ଧା ଡେଟ୍ କରୁଥିବା କଥା ଅନେକ ଥର ଶୁଣିବାକୁ ମିଳେ। ହେଲେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତାଙ୍କ ରିଲେସନସିପ୍‌ ଷ୍ଟାଟସ୍‌ ବିଷୟରେ କହିଛନ୍ତି। କୌଣସି ନାମ ନନେଇ ଶ୍ରଦ୍ଧା ନିଶ୍ଚିତ କରିଛନ୍ତି ଯେ ସେ ରିଲେସନସିପ୍‌ ରେ ଅଛନ୍ତି। ଶ୍ରଦ୍ଧା କହିଛନ୍ତି, "ମୁଁ ମୋ ସାଥୀଙ୍କ ସହ ସମୟ ବିତାଇବା, ମୁଭି ଦେଖିବା, ଡିନରରେ ଯିବା ଏବଂ ବୁଲିବାକୁ ପସନ୍ଦ କରେ। ମୁଁ ସାଧାରଣତଃ ଏପରି ଜଣେ ବ୍ୟକ୍ତିତ୍‌ୱ ଯିଏ ଏକାଠି କିଛି କରିବା କିମ୍ବା କିଛି ନକରିବାରେ ମଧ୍ୟ ସମୟ ବିତାଇବାକୁ ପସନ୍ଦ କରେ।  ଉଦାହରଣ ସ୍ୱରୂପ, ମୋ ସ୍କୁଲ ସାଙ୍ଗମାନଙ୍କ ସହିତ ମଧ୍ୟ, ଯଦି ଆମେ ସାକ୍ଷାତ ନହେଉ, ଏହା ମୋର ମନୋବଳକୁ ପ୍ରଭାବିତ କରିଥାଏ। ଗତକାଲି, ଆମେ ଏକ ପାରିବାରିକ ମଧ୍ୟାହ୍ନ ଭୋଜନ ଖାଇଥିଲୁ, ଯାହା ଅତ୍ୟନ୍ତ ଉତ୍ସାହଜନକ ଏବଂ ଶକ୍ତିଶାଳୀ ଥିଲା ଏବଂ ଏହି କଥା ମୋର ସମ୍ପର୍କ ଉପରେ ମଧ୍ୟ ଲାଗୁ ହୋଇଥାଏ।"

ଯେତେବେଳେ ତାଙ୍କ ବିବାହ ଯୋଜନା ବିଷୟରେ ପଚରାଗଲା, ସେ କହିଛନ୍ତି, “ଏହା ବିବାହରେ ବିଶ୍ୱାସ କରିବା କିମ୍ବା ନ କରିବାର ପ୍ରଶ୍ନ ନୁହେଁ, ବରଂ ସଠିକ୍ ବ୍ୟକ୍ତି ସହ ରହିବାର ପ୍ରଶ୍ନ। ଯଦି କେହି ଅନୁଭବ କରନ୍ତି ଯେ ସେମାନେ ବିବାହ କରିବାକୁ ଚାହୁଁଛନ୍ତି, ତାହା ବହୁତ ଭଲ ।କିନ୍ତୁ ଯଦି ସେ  ଅନୁଭବ କରନ୍ତି ଯେ ସେ ବିବାହ କରିବାକୁ ଚାହୁଁ ନାହାଁନ୍ତି, ତେବେ ଏହା ଆହୁରି ଅଧିକ ଭଲ।” 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.