ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୯ରେ ବଡ଼ଦେଉଳରେ ଫଗୁ ଦଶମୀ, ଆରମ୍ଭ ହେବ ମହାପ୍ରଭୁଙ୍କ ଦୋଳ ମହୋତ୍ସବ

Published By : Prameya | March 7, 2025 12:15 PM

ପୁରୀ,୦୭/୦୩: ରବିବାର ବଡ଼ଦେଉଳରେ  ଫଗୁ ଦଶମୀ । ସେହି ଦିନଠାରୁ ଆରମ୍ଭ  ମହାପ୍ରଭୁଙ୍କ ଦୋଳ ମହୋତ୍ସବ । ଠାକୁରଙ୍କ  ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ  ହେବ । ଦାରୁଦିଅଁମାନେ ଲାଲ୍‌ ବସ୍ତ୍ର ପରିଧାନ  କରି ବହୁମୂଲ୍ୟ ଅଳଙ୍କାରରେ ଭୁଷିତ ହେବେ ।  ଏଥିସହ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି  କରାଯିବ । ଏହି ଅବସରରେ ଜଗନ୍ନାଥବଲ୍ଲଭ  ମଠରେ ବିଜେ ହେବେ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ । ସେଠାରେ ଦୋଳତ୍ସୋବ ନୀତି ପାଳନ  ହେବ । ଅବିର ରଙ୍ଗରେ ଏକାକାର ହେବେ  ଭଗବାନ ଓ ଭକ୍ତ । 

ଫଗୁଦଶମୀରେ ବିମାନବଡ଼ୁ  ସେବକମାନେ ସୁସଜ୍ଜିତ ବିମାନରେ ଠାକୁରଙ୍କୁ  ନେଇ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠରେ  ବିଜେ ହେବେ । ଦଶମୀ ତିଥିଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ  ବେଶ ଓ ଭୋଗ, ଫଗୁ ଅଞ୍ଜଳି ପ୍ରଦାନ ଓ ଜଗନ୍ନାଥ  ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହୋଇଥାଏ ।  ସିନ୍ଦୁର, ମୁଥା, ଅଙ୍କରାନ୍ତି, ଶତାବରୀ, ପାଳୁଅର  ସମ୍ମିଶ୍ରଣରେ ଠାକୁରଙ୍କ ଝିମିରି ଫଗୁ ପ୍ରସ୍ତୁତ ହୋଇଥାଏ। ନୀଳାଦ୍ରି ମହୋଦୟରେ ଏହି ପର୍ବକୁ  ‘ବସନ୍ତ ଗୁଣ୍ଡିଚା’ର ଆଖ୍ୟା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.