ପୁରୀ,୩୦/୦୩:  ସୋମବାର ମହାପ୍ରଭୁଙ୍କ  ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ  ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ସ୍ୱତନ୍ତ୍ର ବିଧି  ହେବ । ମହାପ୍ରଭୁଙ୍କ ଦଇତାପତି ସେବକମାନେ ଏହି  ନୀତି ସମ୍ପାଦନ କରିଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା  ପାଇଁ ଏହି ନୀତି କରାଯାଏ । ଏହା ଠାକୁରଙ୍କ ଏକ ଗୁପ୍ତ  ନୀତି ଓ ବର୍ଷକେ ଏକାଧିକ ଥର ସମ୍ପନ୍ନ ହୁଏ । ଏହି  ନୀତି ସମୟରେ ମହାପ୍ରଭୁଙ୍କ ଦର୍ଶନ କଟକଣା ରହିବ ।  ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବଞ୍ଚିତ ହେବେ ।

ମାର୍ଚ୍ଚ ୩୧ରୁ ଏପ୍ରିଲ ୩ ତାରିଖ  ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ୩୧ ତାରିଖ  ଦିନ ଖସାପଡ଼ାଲାଗି ନୀତି ଓ ୨ ତାରିଖ ଦିନ ବନକଲାଗି  ନୀତି ସମ୍ପାଦନ ଦୃଷ୍ଟିରୁ ଏଭଳି କରାଯାଉଥିବା ସୂଚନା ମିଳିଛି ।