ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମଙ୍ଗଳବାର ମକର ସଂକ୍ରାନ୍ତି: ଆଜି ବଡ଼ଦେଉଳରେ ‘ଦୁଧ ମେଲାଣ’ ନୀତି

Published By : Prameya | January 12, 2025 8:47 AM

ପୁରୀ,୧୨/୧୨: ମଙ୍ଗଳବାର ବଡ଼ଦେଉଳରେ  ମକର ସଂକ୍ରାନ୍ତି । ଏଣୁ ରବିବାର ଶ୍ରୀମନ୍ଦିରରେ  ଅନୁଷ୍ଠିତ ହେବ ‘ଦୁଧ ମେଲାଣ’ ଓ ‘ଜଳ ଅଧିବାସ’  ନୀତି ।

ବଡ଼ଦେଉଳ ରୀତିରୀତି ଅନୁସାରେ ମକର  ସଂକ୍ରାନ୍ତି ପୂର୍ବଦିନ ମହାପ୍ରଭୁଙ୍କ ନବାଙ୍କ ବେଶ ଓ ମକର ଅଧିବାସ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ନବାଙ୍କ ପୂର୍ବ ଦିନ ଦୁଧ ମେଲାଣ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଶ୍ରୀରାମ କୃଷ୍ଣ ମହାପ୍ରଭୁ  ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଳଭରେ ବିଜେ ହେବେ । ଘଣ୍ଟ ଛତା କାହାଳୀ ସହ ମହାଭୋଇ  ସେବକ ଗଉଡ଼ ଦେଇଥିବା ଦୁଧ ଭାର ନେଇ ଆସିବେ । ଠାକୁରଙ୍କୁ ମଣୋହି କରାଯିବ । ବାହୁଡ଼ା ବିଜେ କରି ଶ୍ରୀମନ୍ଦିରସ୍ଥ ମହାଲକ୍ଷ୍ମୀଙ୍କ ମନ୍ଦିରରେ ପଡ଼ିଥିବା ଖଟ ଉପରେ ଠାକୁରେ ବିଜେ ହେବେ । ସେଠାରେ ପ୍ରସାଦ ଲାଗି କରାଯିବ । ସୋମବାର ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା । ଏଥିସହ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋହିଣୀ ବୃଷ ନକ୍ଷେତ୍ର ନୀତି ଅନୁଷ୍ଠିତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.