ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ବର୍ଷା ପାଇଁ ବାତିଲ୍ ହୋଇଛି ସତ କିନ୍ତୁ ଶ୍ରେୟସଙ୍କ ନିଷ୍ପତ୍ତି ଏବେ ସବୁଠି ଚର୍ଚ୍ଚାର ବିଷୟ । ବର୍ଷ ପାଗ ରହିଥିବା ସହ ପିଚ ଘାଷୁଆ ରହିଥିଲା । ସବୁବେଳେ ଅଧିନାୟକମାନେ ଏଭଳି ସମୟରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ଶ୍ରେୟସ ଭିନ୍ନ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । କାରଣ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଯାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ।
ଆୟାର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତର ପରାଜୟକୁ ନେଇ ସମାଲୋଚନା କରିଛନ୍ତି କାର୍ତ୍ତିକ । ଅଧିନାୟକଙ୍କ ଭିନ୍ନ ରଣନୀତି ପରାଜୟର କାରଣ ବୋଲି ସମାଲୋଚନା କରିଛନ୍ତି । ଏହାସହ ସେ କହିଛନ୍ତି କି, ପାଗ ନିରନ୍ତର ଭାବେ ବଦଳୁଥିବାବେଳେ ଇଂଲଣ୍ଡ ବିପକ୍ଷ ଟସ୍ ନିଷ୍ପତ୍ତି କିଛି ଭୁଲ୍ ନଥିଲା । ଟି-୨୦ରେ ପ୍ରାୟ ଦଳ ଚେଜ୍ କରିବା ପାଇଁ ପସନ୍ଦ କରନ୍ତି ଏଣୁ ଆୟାର୍ଲାଣ୍ଡ ବିପକ୍ଷ ମ୍ୟାଚର ହ୍ୟାଙ୍ଗ୍ ଓଭର ଏଯାବତ ଯାଇନି ବୋଲି କହିଛନ୍ତି କାର୍ତ୍ତିକ । ହୁଏତ ଆୟାର୍ଲାଣ୍ଡ ଭଳି ପ୍ରଥମେ ବ୍ୟାଟିଂ କରି ଜିତିବା ଲକ୍ଷ୍ୟରେ ରହିଥିଲା ଭାରତ ।
ଭାରତ ଆୟାର୍ଲାଣ୍ଡ ବିପକ୍ଷ ଦୁଇଟିଯାକ ମ୍ୟାଚରେ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଥିଲା । ପ୍ରଥମ ମ୍ୟାଚରେ ୩୪ ରନ ଏବଂ ଦ୍ବିତୀୟ ମ୍ୟାଚରେ ୧ ରନରେ ପରାସ୍ତ ହୋଇଥିଲା । ଏଣୁ ମ୍ୟାନେଜମେଣ୍ଟ ବୋଧେ ଭିନ୍ନ ରଣନୀତି ଆପଣାଇଥିଲା । ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାର ଲକ୍ଷ୍ୟ ରଖିଥିଲା କି ବୋଲି କହିଛନ୍ତି । ଭାରତ ଆୟାର୍ଲାଣ୍ଡ ବିପକ୍ଷ ପରାଜୟରୁ ଅନେକ ଶିକ୍ଷା ଲାଭ କରିଛି । ଏଣୁ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଆତ୍ମବିଶ୍ବାସର ସହ ମଇଦାନକୁ ଓହ୍ଲାଇଥିଲା ବୋଲି କାର୍ତ୍ତିକ କ୍ରିକବଜ ସହ ଆଲୋଚନା ସମୟରେ ପ୍ରକାଶ କରିଛନ୍ତି ।
ଏହାସହ ପଢ଼ନ୍ତୁ: ସଚିନଙ୍କ ଡେବ୍ୟୁ ପଛର କାହାଣୀ, ବୈଭବଙ୍କୁ ମଧ୍ୟ ମିଳିବ କି ସେମିତି ସୁଯୋଗ ?