ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ICC Rankings: ବାବରଙ୍କ ରାଜୁତିର ଅନ୍ତ, ବିଶ୍ୱର ଏକ ନମ୍ବର ବ୍ୟାଟର ଭାରତର ଶୁଭମନ ଗିଲ୍‌

Published By : Tapas Panda | February 19, 2025 4:24 PM

ନୂଆଦିଲ୍ଲୀ: ଭାରତୀୟ ଓପନର ଶୁଭମନ ଗିଲ ବିଶ୍ୱ ବ୍ୟାଟର ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି । ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ କମାଲ ପ୍ରଦର୍ଶନ ପରେ ଦିନିକିଆ କ୍ରିକେଟରେ ବିଶ୍ୱର ନୂତନ ନମ୍ବର ଓ୍ବାନ ବ୍ୟାଟର ହୋଇପାରିଛନ୍ତି ଗିଲ । ଏହା ସହ ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି ଶୁଭମନ ଗିଲ  । ଭାରତୀୟ ଓପନର ଗିଲ ନିଜର ରେଟିଂ ପଏଣ୍ଟ ୭୯୬କୁ ବୃଦ୍ଧି କରିଥିବା ବେଳେ ଏହା ବାବର ଆଜମଙ୍କଠୁ ୨୩ ପଏଣ୍ଟ ଅଧିକ ।  ଶୁଭମନ ଗିଲ ଶୀର୍ଷ ସ୍ଥାନକୁ ଉଠିଥିବା ବେଳେ ବାବର ଆଜମ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହା ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ୍ ସମୟରେ ବାବର ଶୀର୍ଷରେ ପହଞ୍ଚିଥିଲେ ଏବଂ ଚାମ୍ପିଅନ୍ସ ଟ୍ରଫିରେ ସେ ନିଜର ସ୍ଥାନ ଫେରିପାଇବାକୁ ଚେଷ୍ଟା କରିବେ । 

ଫେବୃଆରୀ ୧୯(ବୁଧବାର)ରୁ ଆରମ୍ଭ ହୋଇଛି ଚାମ୍ପିଅନ୍ସ ଟ୍ରଫି । ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି । ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ରାଇ ସିରିଜ୍‌ରେ ବାବର କେବଳ ୬୨ ରନ କରିଥିଲେ । ଫଳରେ ସେ ରେଟିଂ ପଏଣ୍ଟ ହରାଇ ଓଡିଆଇ ରାଙ୍କିଂରେ ଖସି ଆସିଛନ୍ତି । ସେହିଭଳି ଭାରତୀୟ ଅଧିନାୟକ ରୋହିତ ଶର୍ମା ଗିଲଙ୍କଠାରୁ ୪୫ ପଏଣ୍ଟ ପଛରେ ଥିବା ବେଳେ ବିଶ୍ବ ବ୍ୟାଟର ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ସେ କଟକରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ କରିଥିଲେ । ଗିଲ ପ୍ରଥମ ଦୁଇଟି ମ୍ୟାଚରେ ୮୭ ଏବଂ ୬୦ ରନ କରିଥିଲେ । ପରେ ଏକ ଚମତ୍କାର ଶତକ କରିଥିଲେ ଶୁଭମନ ଗିଲ । 

ସଦ୍ୟତମ ଆଇସିସି ରାଙ୍କିଂରେ ଅଧିକ ପଏଣ୍ଟ ହାସଲ କରିଥିବା ବ୍ୟାଟରଙ୍କ ମଧ୍ୟରେ ଶ୍ରୀଲଙ୍କା ଟିମ୍‌ର ଅଧିନାୟକ ଚରିଥ୍ ଅସଲାଙ୍କା ଅଛନ୍ତି । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ସହିତ ଏକାକୀ ଲଢ଼େଇ କରିଥିଲେ ଏବଂ ଅର୍ଦ୍ଧଶତକ ସହିତ ୮ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ହେନରିଚ୍ କ୍ଲାସେନ୍ ଏବଂ ଡାରିଲ୍ ମିଚେଲ୍ ଶୀର୍ଷ ୫ସ୍ଥାନରେ ପହଞ୍ଚିଥିବା ବେଳେ ଭାରତର ଶ୍ରେୟସ ଆୟର ଗୋଟିଏ ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚିଛନ୍ତି । 

ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ରାଇ-ସିରିଜ ମୁକାବିଲାରେ ଶତକ କରିଥିଲା । ଏଥିପାଇଁ ତାଙ୍କୁ ମଧ୍ୟ ଫାଇଦା ମିଳିଛି । ସେ ୬ଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି । ସେପଟେ ବୋଲର ରାଙ୍କିଂ କଥା କହିଲେ ରସିଦ ଖାନଙ୍କୁ ପଛରେ ପକାଇ ମହୀଶ ତିକ୍ଷଣା ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।  ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର ୫ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ବୁଧବାରରୁ ପାକିସ୍ତାନ ଏବଂ ୟୁଏଇରେ ଆରମ୍ଭ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ପରେ ଏହି ରାଙ୍କିଂରେ ପରିବର୍ତ୍ତନ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.