ନୂଆଦିଲ୍ଲୀ,୧୯/୦୧: ଘରୋଇ ଭାରତ ବିପକ୍ଷରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୨-୧ରେ ଐତିହାସିକ ଦିନିକିଆ ସିରିଜ ବିଜୟୀ ହୋଇଛି । ବିରାଟ କୋହଲିଙ୍କ ସାହାସିକ ଶତର ହର୍ଷିତ ରାଣାଙ୍କ ବିସ୍ଫୋରଣ ସବୁ କିଛି ପିକା ପଡିଗିଲା । ୪୧ ରନରେ ତୃତୀୟ ଦିନିକିଆ ଜିତିବା ସହ ପ୍ରଥମ ଥର ନ୍ୟୁଜିଲାଣ୍ଡ ଭାରତରେ ସିରିଜ ଜିତିଛି । ଦିନିକିଆ ସିରିଜ ହାରିବା ପରେ ଦୁଃଖରେ ଅଛନ୍ତି ଅଧିନାୟକ ଶୁଭମନ ଗିଲ୍ । ପରାଜୟ ପାଇଁ କିଛି କାରଣ ବିଷୟରେ କହିଛନ୍ତି କ୍ୟାପ୍ଟେନ୍ ।

ଭ୍ରମଣକାରୀ ନ୍ୟୁଜିଲାଣ୍ଡଠୁ ୧-୨ରେ ଏକଦିବସୀୟ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ୪୧ ରନରେ ବିଜୟୀ ହୋଇଥିଲା ଭ୍ରମଣକାରୀ ଦଳ । ପ୍ରଥମେ ବ୍ୟାଟିଂ କରି କ୍ୱିୱି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୩୩୭ ରନ୍ କରିଥିଲା । ବିଜୟ ପାଇଁ ଭାରତ ଆଗରେ ୩୩୮ ରନ୍ ଥିଲା । ହେଲେ ଭାରତ ୨୯୬ ରନରେ ଅଲଆଉଟ ହୋଇଥିଲା । ଦିନିକିଆ ସିରିଜ ପରାଜୟ ପରେ ଅଧିନାୟକ ଶୁଭମନ ଗିଲ ଦୁଃଖିତ ଅଛନ୍ତି । ଫାଇନାଲ ମ୍ୟାଚରେ ଭାରତର ଦୁର୍ବଳ ପ୍ରଦର୍ଶନ ପ୍ରତି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । କେଉଁଠି ଭୁଲ୍ ରହିଲା କାହିଁକି ଭାରତ ହାରିଲା ସେ ବାବଦରେ କହିଛନ୍ତି କ୍ୟାପ୍ଟେନ । ଭାରତର ଏହି ପରାଜୟ ପ୍ରଭାବ ପ୍ରସ୍ତୁତି ଉପରେ ପଡିବ ତାହା ନିସନ୍ଦେହ । ଅଧିନାୟକ ଶୁଭମନ ଗିଲଙ୍କ ମତରେ ୨୦୨୭ ବିଶ୍ୱକପ ପାଇଁ ଅଧିକ ଶକ୍ତିଶାଳୀ ହେବାକୁ ପଡିବ । ଟିମକୁ ଏବେ ସ୍ପଷ୍ଟ ରଣନୀତି, ଏକ ସ୍ଥିର କମ୍ବିନେସନ ଏବଂ ଶୃଙ୍ଖଳିତ ପ୍ରଦର୍ଶନ କରିବା ଜରୁରୀ । ସିରିଜ୍ ନିର୍ଣ୍ଣାୟକ ମ୍ୟାଚରେ ଯେପରି ପ୍ରଦର୍ଶନ କରିବାର ଥିଲା ସେପରି ହୋଇନଥିଲା ।

​​​​​​​

ଅଧିକ ପଢନ୍ତୁ...WPL 2026: ଦ୍ୱିତୀୟ ପର୍ଯ୍ୟାୟ ଲିଗ୍ ମୁକାବିଲା, ଆଜି ରୟାଲ ଚ୍ୟାଲେଞ୍ଜର୍ସ-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ

ଭାରତୀୟ ଅଧିନାୟକ ସ୍ୱୀକାର କରିଛନ୍ତି କି, ଖେଳାଳିମାନେ ଗୁରୁତ୍ୱରୂପୂର୍ଣ୍ଣ ସମୟରେ ଭୁଲ କରିଥିଲେ । ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ କରିଥିଲେ । ଖେଳାଳିଙ୍କ ନାମ ନେଇ ସେ ଟପ୍ ଅର୍ଡର ବିଫଳତା, ଦାୟିତ୍ୱହିନତା ସଟ୍ ଚୟନ ଏବଂ ଲଗାତାର ଖରାପ ଫିଲ଼୍ଡିଂ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କୋହଲି ଓ ହର୍ଷିତ ରାଣାଙ୍କୁ ପ୍ରଶଂସା କରିଥିଲେ ଗିଲ୍ । ବିରାଟ ଭାଇ ଯେଉଁଭଳି ବ୍ୟାଟିଂ କଲେ ତାହା ଆମ ପାଇଁ ସର୍ବଦା ପ୍ଲସ୍ ପଏଣ୍ଟ । ବିଶ୍ୱକପକୁ  ଦୃଷ୍ଟିରେ ରଖି ଆମେ ନୀତିଶ ରେଡ୍ଡୀଙ୍କୁ ସୁଯୋଗ ଦେବାକୁ ଚାହୁଁଛୁ । ଆମେ ଚାହୁଛୁ ସେ ପଡିଆରେ ପର୍ଯ୍ୟାପ୍ତ ଓଭର ପାଆନ୍ତୁ ।