ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆସନ୍ତା ମଇ ମାସରେ ରାଶି ପରବର୍ତ୍ତନ କରିବେ ଶୁକ୍ର, ଏହି ୩ ରାଶିର ଆରମ୍ଭ ହେବ ସୁବର୍ଣ୍ଣ ସମୟ

Published By : Harapriya Sethi | March 15, 2025 2:01 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ସର୍ବଦା ୧ ମାସ ପରେ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଗୋଚର କରିଥାନ୍ତି । ଏହାର ପ୍ରଭାବ ମାନବ ସମାଜ ସହ ଦେଶ ତଥା ବିଶ୍ୱ ଉପରେ ପଡ଼ିଥାଏ । ଶୁକ୍ର ହେଉଛନ୍ତି ଧନ ଏବଂ ସମୃଦ୍ଧିର ଦାତା । ଆସନ୍ତା ମେ ମାସରେ ଶୁକ୍ର ମେଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ୩ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ । ଧନ ସମ୍ପତ୍ତି ବୃଦ୍ଧି ହେବ । ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ-

ତୁଳା ରାଶି- ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାଶି ପରବର୍ତ୍ତନ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । କାରଣ ଶୁକ୍ର ଆପଣଙ୍କ ରାଶିର ସପ୍ତମ ଭାଗରେ ଗୋରଚର କରିବେ । ତେଣୁ ଏହି ସମୟରେ ବିବାହିତ ଲୋକଙ୍କ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ଆପଣ ବ୍ୟବସାୟ କ୍ଷେତ୍ରରେ ଅନେକ ସଫଳତା ପାଇବେ । ଆତ୍ମବିଶ୍ୱାସ ଆହୁରି ମଜବୁତ ହେବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ଆପଣହ୍କ ଆର୍ଥିକ ଅବସ୍ଥା ପୂର୍ବପେକ୍ଷା ଉତ୍ତମ ହେବ । ପରିବାରରର ସଦସ୍ୟଙ୍କ ସହିତ ଭଲ ସମୟ ବିତାଇବେ । ଆପଣ ଘର କିମ୍ୱା ଅନ୍ୟ କୌଣସି ସମ୍ପତ୍ତିରେ ନିବେଶ କରିପାରିବେ । 

ସିଂହ ରାଶି- ସିଂହ ରାଶିର ବ୍ୟକ୍ତିଙ୍କୁ ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭଫଳ ଫ୍ରଦାନ କରିବ । କାରଣ ଏହି ରାଶି ପରିବର୍ତ୍ତନ ସିଂହ ରାଶିର ନବମ ଭାଗରେ ହେବ । ଏହି ସମୟରେ ଆପଣଙ୍କର ପୂର୍ବରୁ ଅଟକି ରହିଥିବା କାମ ସମାପ୍ତ ହେବ । ଆପଣଙ୍କ ଧନ ସମ୍ପତ୍ତିରେ ବୃଦ୍ଧି ହେବ । ଆପଣଙ୍କ ଦେଶ ଭିତରେ ବିଭିନ୍ନ ସ୍ଥାନ ଏପରିକି ବିଦେଶକୁ ମଧ୍ୟ ଯାତ୍ରା କରିପାରିନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳ ହେବେ । 

ମକର ରାଶି- ମକର ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କର ଏହି ଗୋଚର ସକାରାତ୍ମକ ପ୍ରମାଣିତ ହେବ । କାରଣ ଏହି ଗୋଚର ମକର ରାଶିର ସୁଖ ସମୃଦ୍ଧି ଭାଗରେ ହେବାକୁ ଯାଉଛି । ତେଣୁ ଏହି ସମୟରେ ଆପଣଙ୍କ ସୁଖ, ସମୃଦ୍ଧି ଏବଂ ସମ୍ପତ୍ତି ବୃଦ୍ଧି ହେବର ସମ୍ଭାବନା ରହିଛି । ଏହି ସମୟରେ ଆପଣ କୌଣସି ଯାନବାହାନ ଏବଂ ସମ୍ପତ୍ତି କିଣି ପାରନ୍ତି । ଆପଣଙ୍କ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିବ । ସହକର୍ମୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଆପଣ ସଞ୍ଚୟ କରିପାରିବେ । ଆପଣଙ୍କ ମାଆଙ୍କ ପୂର୍ଣ୍ଣ ସମର୍ଥନ ପାଇ ପାରିବେ ।  

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.