ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣା; ଏସ୍‌ଆଇ ଗିରଫ

Published By : Harapriya Sethi | August 20, 2025 12:34 PM

ଜଗତସିଂହପୁର,୨୦/୦୮: ନାବାଳିକାଙ୍କୁ ବିବାହ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ସବ୍‌ଇନ୍ସପେକ୍ଟର ଅମିତ ପାଢ଼ୀ ଗିରଫ ହୋଇଛନ୍ତି । ଜିଲ୍ଲା ପୁଲିସ ମୁଖ୍ୟାଳୟର ସ୍ପେସାଲ ସ୍କ୍ୱାଡ୍‌ ବିଶାଖାପାଟଣାରୁ ତାଙ୍କୁ କାବୁ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ତାଙ୍କୁ ପୁରୀ ଏସପି ନିଲମ୍ବିତ କରିଛନ୍ତି । କୋର୍ଟଙ୍କ ପକ୍ଷରୁ ତାଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନ୍‌ ଜାରି କରାଯାଇଥିଲା । ଅଭିଯୁକ୍ତ ଜଣେ ପୁଲିସ ଏସ୍‌ଆଇ ଥିବାରୁ ଜଗତସିଂହପୁର ପୁଲିସ ତାଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ମା’ । ମାମଲାର ତଦନ୍ତକାରୀ ଅଫିସର ଜଗତସିଂହପୁର ଥାନାର ଅତିରିକ୍ତ ଥାନାଧିକାରୀ ଦିଲୀପ କୁମାର କାଣ୍ଡି ନିକଟରେ ବାଲେଶ୍ୱର ଯାଇ ଛାନ୍‌ଭିନ୍‌ କରିଥିଲେ । ଅଭିଯୁକ୍ତ ଏସ୍‌ଆଇ ଫେରାର ଥିବାରୁ ଗିରଫ ହୋଇପାରି ନଥିଲେ । ପୀଡ଼ିତା ନାବାଳିକାଙ୍କ ମା’ ତିନି ପୃଷ୍ଠାର ଏତଲାରେ କେବଳ ଅମିତ୍‌ ନୁହନ୍ତି ଅନେକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।  

ଜଗତସିଂହପୁର ଥାନା ଅଞ୍ଚଳର ଏହି ନାବାଳିକାଙ୍କ ବୟସ ମାତ୍ର ୧୫ ବର୍ଷ । ସେ ଦଶମ ଶ୍ରେଣୀରେ ପଢ଼ିବା ସମୟରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ରତେଇ ଗ୍ରାମର ଅମିତ୍‌ ପାଢୀଙ୍କ ସଂସ୍ପର୍ଶରେ ଆସିଥିଲେ । ୨୦୨୩ ମସିହା ଅଗଷ୍ଟ ୧୨ ତାରିଖରେ ନାବାଳିକା ଜଣଙ୍କ ଅମିତ୍‌ଙ୍କ କଥାରେ ପଡ଼ି ଜଗତସିଂହପୁରରୁ ମୟୂରଭଞ୍ଜକୁ ଚାଲି ଯାଇଥିଲେ । ୨୦୨୩ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଳ କରି ନାବାଳିକାଙ୍କୁ ସେଠାରେ ଅଟକାଇ ରଖି ଅମିତ୍‌ ବାରମ୍ବାର ଶାରୀରିକ ସଂପର୍କ ରଖି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ପରେ ମୟୂରଭଞ୍ଜରୁ ଭୁବନେଶ୍ୱର ଆଣି ମାଷ୍ଟରକ୍ୟାଣ୍ଟିନ୍‌ ପାଖରୁ ବସ୍‌ରେ ବସାଇ ନାବାଳିକାଙ୍କୁ ଜଗତସିଂହପୁରକୁ ପଠାଇ ଦେଇଥିଲେ ଅମିତ୍‌ । ପରବର୍ତ୍ତୀ ସମୟରେ ଅମିତ୍‌ଙ୍କ କଥାରେ ପଡ଼ି ପରିବାର ଲୋକଙ୍କୁ ନକହି ସାଙ୍ଗ ଘରକୁ ବାହାନା ଦେଖାଇ ଭୁବନେଶ୍ୱର ଆସିଥିଲେ । ମାର୍ଚ୍ଚ ମାସ ୧୮ରେ ନାବାଳିକାଙ୍କୁ ଭୁବନେଶ୍ୱରରୁ ରାୟଗଡ଼ା ନେଇଯାଇଥିଲେ ଅମିତ୍‌ । ରାୟଗଡ଼ାର ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ । ସେ ସମୟରେ ଅମିତ୍‌ ରାୟଗଡ଼ାର ଗୁଣୁପୁର ଥାନାରେ କାର୍ଯ୍ୟରତ ଥିଲେ । ଗତବର୍ଷ ଜୁଲାଇରେ ଅମିତ୍‌ ନିଜ ଘର ବାଲେଶ୍ୱର ରତେଇକୁ ନାବାଳିକାଙ୍କୁ ଆଣିଥିଲେ । ପୁନର୍ବାର ଓଡ଼ିଆ ରୀତିନୀତିରେ ଏଠାରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା । ପରେ କିନ୍ତୁ ନାବାଳିକାଙ୍କୁ ନିର୍ଯାତନା ଦେଇଥିଲେ  । ଏନେଇ ଜଗତସିଂହପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତାଙ୍କ ମା’ । ଏତଲା ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.