ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Karnataka: ଏମୟୁଡିଏ ମାମଲାରେ ସିଦ୍ଦରମେୟାଙ୍କୁ ମିଳିଲା ଆଶ୍ୱସ୍ତି; କର୍ଣ୍ଣାଟକ ଲୋକାୟୁକ୍ତ ପ୍ରଦାନ କଲେ କ୍ଲିନଚିଟ୍

Published By : Bijay Swain | February 19, 2025 6:18 PM

Siddaramaiah gets assurance in MUDA case; Karnataka Lokayukta gives clean chit

ନୂଆଦିଲ୍ଲୀ: ମୈସୁର ଅରବାନ ଡେଭଲୋପମେଣ୍ଟ ଅଥୋରିଟି(ଏମୟୁଡିଏ) ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ କ୍ଲିନଚିଟ୍ ପ୍ରଦାନ କଲେ କର୍ଣ୍ଣାଟକ ଲୋକାୟୁକ୍ତ। କେବଳ ସିଦ୍ଦରମେୟା ନୁହେଁ ଏହି ମାମଲାରେ ଜଡିତ ଥିବା ତାଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣଙ୍କୁ ବି କ୍ଲିନଚିଟ୍ ଦିଆଯାଇଛି। ତେବେ ଏମୟୁଡିଏରେ ଜମି ଆବଣ୍ଟନ ମାମଲାରେ ସିଦ୍ଦରମେୟାଙ୍କ ଉପରେ ମାମଲା ଚାଲୁ ରହିଥିଲା। କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ କର୍ଣ୍ଣାଟକ ଲୋକାୟୁକ୍ତ ନିର୍ଦୋଷ ବୋଲି ଘୋଷଣା କରିଛନ୍ତି। 

ସ୍ନେହମୟୀ କ୍ରିଷ୍ଣା ନାମକ ଜଣେ ସାମ୍ୱାଦିକ ତଥା ସାମାଜିକ କର୍ମୀ ଏମୟୁଡିଏରେ ହୋଇଥିବା ଜାଗା ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ହାତଥିବା ନେଇ ଏକ ମାମଲା ଦାଖଲ କରିଥିଲେ। ତେବେ ସିଦ୍ଦରମୈୟାହଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ ନିର୍ଦ୍ଦେଶ ଦେବା ପରେ ତାଙ୍କ ନିକଟକୁ ଏକ ନୋଟିସ ଜାରି କରାଯାଇଛି। ଏହି ମାମଲାରେ ପର୍ଯ୍ୟପ୍ତ ପ୍ରମାଣର ଅଭାବ ରହିଛି ଓ ଆଇନଗତ ଭୁଲ ବୁଝାମଣାରୁ ଏପରି ଅଭିଯୋଗ ହୋଇଥାଇପାରେ ତେଣୁ ଏହି ମାମଲାକୁ ରଦ୍ଧ କରାଯାଇଛି। କିନ୍ତୁ ସେ ଚାହିଁଲେ ଏକ ସପ୍ତାହ ମଧ୍ୟରେ ମାଜିଷ୍ଟ୍ରେଟଙ୍କ ଆଗରେ ଏହି ରାୟ ବିରୁଦ୍ଧରେ ଚ୍ୟାଲେଞ୍ଚ କରିପାରିବେ ବୋଲି ନୋଟିସରେ ସୂଚନା ଦିଆଯାଇଛି। 

ଜମି ଆବଣ୍ଟନ ଦୁର୍ନିତିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସମେତ ଅନ୍ୟମାନଙ୍କ ନାଁରେ ଭାରତୀୟ ପିଙ୍ଗଳ କୋର୍ଟ, ଦୁର୍ନୀତି ନିରୋଧି ଅଧିନିୟମ, ବେନାମୀ କାରବାର ଅଧିନିୟମ ଓ କର୍ଣ୍ଣାଟକ ଜମି ଅଧିଗ୍ରହଣ ଅଧିନିୟମ ଆଧାରରେ ବିଭିନ୍ନ ମାମଲା ରୁଜୁ କରାଯାଇଥିଲା। ତେବେ ଲୋକାୟୁକ୍ତ ଏହି ମାମଲାର ଯାଞ୍ଚ କରିବା ପରେ ଏଥିରେ କୌଣସି ଆପରାଧିକ ସମ୍ୱନ୍ଧରେ ପ୍ରମାଣ ମିଳି ନଥିଲା। ତେଣୁ ସେ ଏହି ମାମଲାରେ ଜଡିତ ଥିବା ଅଭିଯୁକ୍ତମାନଙ୍କୁ କ୍ଷମା କରି ଏକ ଚୂଡାନ୍ତ ରିପୋର୍ଟ ତଲବ କରିଥିଲେ।

ଏମୟୁଡିଏରେ ୨୦୧୬ରୁ ୨୦୨୪ ମଧ୍ୟରେ ହୋଇଥିବା ଜମି ଆବଣ୍ଟନର ଛାନଭିନ କରିବା ପରେ ଏଥିରେ କୈଣସି ଭ୍ରଷ୍ଟାଚାର ହୋଇନାହିଁ ବୋଲି ଲୋକାୟୁକ୍ତ ସୂଚନା ପ୍ରଦାନ କରିଛନ୍ତି। ତେବେ ଏବେବି ସପ୍ଲିମେଣ୍ଟାରି ଯାଞ୍ଚ ଜାରି ରହିଛି। ଏହି ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହେବାପରେ ସିଆରପିସିର ଧାରା ୧୭୩(୮) ଅଧିନରେ ଏହି ରିପୋର୍ଟକୁ କୋର୍ଟକୁ ହସ୍ତାନ୍ତର କରାଯିବ ବୋଲି ଲୋକାୟୁକ୍ତ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.