ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସିଦ୍ଧି ବିନାୟକ ମନ୍ଦିରରେ ଭକ୍ତ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ, ଚିରା-କଟା ପୋଷାକ ପିନ୍ଧିଥିଲେ ମିଳିବନି ଏଣ୍ଟ୍ରି

Published By : Prameya | January 30, 2025 8:05 AM

ମୁମ୍ବାଇ,୩୦/୦୧: ଆଜିଠୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରର ପରିଚାଳନା କର୍ତ୍ତୃପକ୍ଷ ଭକ୍ତମାନଙ୍କ ଡ୍ରେସ୍‌ କୋଡ୍‌ ଲାଗୁ କରିଛି। ସେ ଅନୁସାରେ, ଚିରା-କଟା ଟ୍ରାଉଜର, ଛୋଟ  ସ୍କର୍ଟ କିମ୍ବା ଅଙ୍ଗ ପ୍ରଦର୍ଶନ ହେଉଥିବା ଭଳି ପୋଷାକ ପିନ୍ଧି ଆସୁଥିବା  ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ଏଣ୍ଟ୍ରି ମିଳିବ ନାହିଁ । 

ଏ ସଂପର୍କରେ ଶ୍ରୀ ସିଦ୍ଧିବିନାୟକ  ଗଣପତି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଆସୁଥିବା  ଭକ୍ତଙ୍କୁ ସଭ୍ୟ ଓ ଶରୀରକୁ ଆବୃତ୍ତ କରୁଥିବା ଭଳି ପୋଷାକ  ପିନ୍ଧିବାକୁ ହେବ । ଯେଉଁମାନେ ଏହି ନିୟମ ମାନିବେ ନାହିଁ ସେମାନଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଅନୁମତି ମିଳିବନି । ମନ୍ଦିରକୁ  ସାରା ଦେଶରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଅନ୍ୟମାନଙ୍କର ପୋଷାକକୁ  ନେଇ ଅଭିଯୋଗ ଆଣିଛନ୍ତି । ପୂଜାସ୍ଥଳକୁ ଛୋଟ ପୋଷାକ  ପିନ୍ଧି ଆସିବା ଅପମାନଜନକ ବୋଲି ସେମାନେ ଦର୍ଶାଇଛନ୍ତି । ସେହି ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.