ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଏହି ଦେଶର ସଂସଦରେ ପହଲଗାମ୍ ପୀଡିତଙ୍କ ପାଇଁ ରଖାଗଲା ଶୋକ ସଭା, ଜାତିସଂଘର ସୁରକ୍ଷା ପରିଷଦର ଅଛି ସଦସ୍ୟ

Published By : Harapriya Biswal | May 29, 2025 8:16 PM

ନୂଆଦିଲ୍ଲୀ,୨୯।୫;  ସିଏରା ଲିୟୋନ ସଂସଦରେ ଅସାଧରଣ ପଦକ୍ଷେପ। ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲାରେ ୨୬ ପୀଡିତଙ୍କ ସମ୍ମାନରେ ଏକ ମିନିଟ୍‌ରେ ରଖାଯାଇଥିଲା ଶୋକସଭା। ଏହି ଶ୍ରଦ୍ଧାଞ୍ଜଳି ଗୁରୁବାର ଭାରତୀୟ ସର୍ବଦଳୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀଙ୍କ ଉପସ୍ଥିତିରେ ଦିଆଯାଇଥିଲା। ଯାହାକି ଏହି ଭୟଙ୍କର ଅଘଟଣ ପ୍ରତି ବିଶ୍ବର ଏକଜୁଟତାର ପ୍ରତୀକ। ପହଲଗାମ୍‌ ଆକ୍ରମଣରେ ୨୫ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ନିବାସୀଙ୍କ ଜୀବନ ଯାଇଥିଲା। ଶିବସେନା ସାଂସଦ ଶ୍ରୀକାନ୍ତ ଶିନ୍ଦେଙ୍କ ନେତୃତ୍ବରେ ଭାରତର ପ୍ରତିନିଧି ମଣ୍ଡଳୀ ସିଏରା ଲିଓନରେ ପହଁଞ୍ଚିଥିଲେ। ସାରା ଦୁନିଆର ବହୁ ଦେଶ  ଏହି ଘାତକ ଆତଙ୍କୀ ଆକ୍ରମଣ ଉପରେ ନିଜର ସମବେଦନା ବ୍ୟକ୍ତ କରିଛନ୍ତି। 

ଭାରତ ଓ ପଶ୍ଚିମ ଆଫ୍ରିକା ଦେଶ ସିଏରା ଲିଓନରେ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ରହିଛି।ଯାହାକି ଐତିହାସିକ,ସାଂସ୍କୃତିକ ଓ ବିକାଶତ୍ମକ ସହଯୋଗ ଉପରେ ଆଧାରିତ। ଦୁଇ ଦେଶ ରାଜ୍ୟଗୋଷ୍ଠୀ ଓ ଅଣ-ଆନ୍ଦୋଳନ (ଏନ୍‌ଏଏମ୍)ର ସଦସ୍ୟ। ଏହାଛଡା ସିଏରା ଲିଓନର ଶିକ୍ଷା, ସ୍ବାସ୍ଥ୍ୟ ଓ ମୌଳିକ ଢାଞ୍ଚା କ୍ଷେତ୍ରରେ ସହାୟତା ପ୍ରଦାନ କରିଛି ଭାରତ । ଯେଉଁଥିରେ ଭାରତୀୟ ଟେକ୍ନୋଲୋଜି ଓ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ଅନୁସାରେ ପ୍ରଶିକ୍ଷଣ ଓ ଛାତ୍ରବୃତ୍ତି ସାମିଲ ରହିଛି।

ସିଏରା ଲିୟୋନ ବର୍ତ୍ତମାନ ୨୦୨୪-୨୫ ପାଇଁ ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିଛି, ଯାହାକି ୫୪ ବର୍ଷ ପରେ ଏହି ଭୂମିକାରେ ଫେରିବା ନେଇ ଦର୍ଶାଉଛି। ଏହା ପୂର୍ବରୁ ସିଏରା ଲିଓନ ୧୯୭୦-୭୧ ରେ ୟୁଏନ୍‌ଏସ୍‌ସିର ସଦସ୍ୟ ଥିଲା। ଏହା ଆଫ୍ରିକୀୟ ସଂଘ ସି-୧୦ ଗୋଷ୍ଠୀର ଅଧ୍ୟକ୍ଷ ମଧ୍ୟ ରହିଛି, ଯାହାକି ୟୁଏନ୍‌ଏସ୍‌ସିକୁ ସୁଧାରିବାର ପକ୍ଷ ରଖେ। ସିଏରା ଲିୟୋନର ୟୁଏନ୍ଏସ୍‌ସିରେ ଉପସ୍ଥିତି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଏହା ଇସଲାମିକ୍ ସହଯୋଗ ସଂଗଠନ(ଓଆଇସି)ର ସଦସ୍ୟ ମଧ୍ୟ ରହିଛି। ଭାରତ ଆତଙ୍କବାଦ ବିରୋଧରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ଏହାର ସମର୍ଥନ ମାଗିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.