ନୂଆଦିଲ୍ଲୀ : ନିଜର ଦରମାର କିଛି ଅଂଶ ସଞ୍ଚୟ ବା ମାସିକ ଖର୍ଚ୍ଚର କିଛି ଟଙ୍କା ସେଭ୍ କରିବା କିଛି ମାତ୍ରାରେ ମୁସ୍କିଲ ହୋଇପାରେ। କିନ୍ତୁ ଏମିତି କରିବା ଅସମ୍ଭବ ନୁହେଁ। ଆପଣ କିଛି ଜିନିଷକୁ ଆପଣାଇ ମାସ ଭିତରେ ଖୁବ୍ ଟଙ୍କା ସଞ୍ଚୟ କରି ପାରିବେ। ସେଭିଂ ଆପଣଙ୍କର ଫାଇନେନ୍ସିଆଲ ସିକ୍ୟୁରିଟି ଅନୁସାରେ, ଆଉ ଏକ ବଡ଼ ରକମ ପ୍ରସ୍ତୁତ କରିବା ପାଇଁ ଜରୁରୀ। ଏହା ଏକ ଭଲ ଅଭ୍ୟାସ, ଯେଉଁଥିରେ ଆପଣ ନିଜର ଭବିଷ୍ୟତକୁ ସୁରକ୍ଷିତ କରି ପାରିବେ ଏବଂ ଆଗାମୀ ଏମର୍ଜେନ୍ସି ପାଇଁ ନିଜକୁ ପ୍ରସ୍ତୁତ କରି ପାରିବେ। ଏଥିପାଇଁ ସମସ୍ତଙ୍କୁ ମାସରେ କିଛି ଟଙ୍କାକୁ ସଞ୍ଚୟ କରିବା ଶିଖିବା ଉଚିତ୍। ଏଠାରେ ଜାଣନ୍ତୁ କେମିତି ଟଙ୍କା ସେଭ୍ କରିପାରିବେ ।
ଏହିପରି ରୋକନ୍ତୁ ଅଯଥା ଖର୍ଚ୍ଚ -
ଯେକେହି ଅଲଗା ଅଲଗା ପ୍ରକାରରେ ନିଜ ଟଙ୍କାକୁ ଖର୍ଚ୍ଚ କରିଥାଏ। ଯଦି ଆପଣ ଅନଲାଇନ୍ ଟ୍ରାଜେକ୍ସନ ଆପ୍ସକୁ ବହୁତ ଅଧିକ ବ୍ୟବହାର କରିଥାନ୍ତି ତ ଏହା ଉପରେ ରୋକ୍ ଲଗାନ୍ତୁ। ଯେବେ ଆପଣ ଏହି ଆପ୍ସର ବ୍ୟବହାର କରିବାରୁ ନିବୃତ୍ତ ରୁହନ୍ତି ତ ଆପଣ ଅନେକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ପାରିବେ।
ବଜେଟ୍ ପ୍ଲାନିଂ ଉପରେ ଦିଅନ୍ତୁ ଧ୍ୟାନ – ସମସ୍ତଙ୍କୁ ମାସ ଯାକର ବଜେଟ୍ ପ୍ଲାନ୍ କରିବା ଉଚିତ୍। ଯେବେ ଆପଣ ଏମିତି କରନ୍ତି ତ ଆପଣଙ୍କୁ ପୂର୍ବରୁ ଜଣାଥିବ ଯେ ଆପଣ ଟଙ୍କାକୁ କେମିତି ଖର୍ଚ୍ଚ କରିବେ। ତାଲିକାରେ ଆବଶ୍ୟକୀୟ ଜିନିଷକୁ ଉପର ରଖନ୍ତୁ ଏବଂ ପୁଣି ସେଭିଂ ଓ ଇନଭେଷ୍ଟମେଣ୍ଟର ଟଙ୍କାକୁ ମଧ୍ୟ ଗୋଟେ ପଟେ ଲେଖି ନିଅନ୍ତୁ ।
କିଛି ଗୋଲ୍ସ ସେଟ୍ କରନ୍ତୁ – ନିଜର ଇନକମ୍କୁ ଅଯଥାରେ ବା ଅନାବଶ୍ୟକୀୟ ଜିନିଷରେ ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ। ଏଥିପାଇଁ ପ୍ରାଥମିକତା ଆଧାରରେ ଫାଇନେନ୍ସିଆଲ ଗୋଲ୍ସ ସେଟ୍ କରନ୍ତୁ। ଯଦି ଆପଣଙ୍କର ଇନକମ୍ ବହୁତ ଅଧିକ ନୁହେଁ ବା ଆପଣ ବହୁତ ଅଧିକ ଟଙ୍କା ସେଭ୍ କରି ପାରୁ ନାହାନ୍ତି ତ ମାସରେ କିଛି ଗୋଲ୍ସ ସେଟ କରନ୍ତୁ , ଯେମିତି ଆପଣ ଗୋଟିଏ ମାସରେ ୫୦୦୦ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରିବେ। ଏମିତି କରି ଆପଣ ବର୍ଷକ ଭିତରେ ଅନେକ ଟଙ୍କା ସେଭ୍ କରି ପାରିବେ।
କିଛି ଦିନ ଏମିତି କାମ କରି ଦେଖନ୍ତି-
ଟଙ୍କା ସଞ୍ଚୟ ପାଇଁ ଆପଣ କିଛି ଦିନ ଏହି କଥାକୁ ଆପଣାଇ ପାରିବେ –
୧- ଅନଲାଇନ୍ ଖାଦ୍ୟ ଅର୍ଡର କରୁଥିବା ଆପ୍ସର ବ୍ୟବହାର କମ୍ କରନ୍ତୁ। ଏମିତି କରି ଆପଣ ଟଙ୍କା ତ ସେଭ୍ କରିବେ ,ଏହାସହ ଘର ତିଆରି ଖାଦ୍ୟ ମଧ୍ୟ ଖାଇବେ।
୨-ରାଶନ ଓ ପ୍ରତିଦିନର ଜିନିଷ ଅନଲାଇନ୍ ଅର୍ଡର କରିବା ବନ୍ଦ କରନ୍ତୁ। କାରଣ ଯେବେ ବି ଅନଲାଇନ୍ ରାଶନ ବା ଡେଲି ୟୁଜ୍ର ଜିନିଷର ଅର୍ଡର କରାଯାଏ ତ ଆପଣ ଆବଶ୍ୟକତା ଠାରୁ ଅଧିକ ଜିନିଷ ଅର୍ଡର କରି ପାରିବେ। ଯେବେ ଆପଣ ଅନଲାଇନ୍ ଅର୍ଡର ନକରୁଛନ୍ତି ତ ଆପଣଙ୍କୁ ବାହାରକୁ ଯାଇ ଏକ୍ସପ୍ଲୋରିଂ କରିବାରେ ସାହାଯ୍ୟ ମିଳିବ।
୩- ବହୁତ ଲୋକ ଅନଲାଇନ୍ ପୋଷାକକୁ କ୍ରୟ କରିଥାନ୍ତି , ଯାହାକି ତାଙ୍କର ଆବଶ୍ୟକ ମଧ୍ୟ ହୋଇ ନଥାଏ। ଏଥିରେ ଆପଣ ଏମିତି କରିବାରୁ ନିବୃତ୍ତ ରୁହନ୍ତୁ ଏବଂ ଆବଶ୍ୟକ ନେଇ ସପିଂ କରନ୍ତୁ।