ନୂଆଦିଲ୍ଲୀ,୨୨/୦୯: ଆଜିଠୁ ଜିଏସ୍ଟି ସଞ୍ଚୟ ଉତ୍ସବ । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ ହୋଇଛି । ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହିଛି । ଅଧିକାଂଶ ସାମଗ୍ରୀର ଦରରେ ବ୍ୟାପକ ହ୍ରାସ ଘଟିଛି । ଫଳରେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ଯିବ । ଏହାର ଫାଇଦା ସବୁ ବର୍ଗର ଲୋକଙ୍କୁ ମିଳିବ । ଜିଏସ୍ଟି ନୂଆ ଦର ଦେଶରେ ଲାଗୁ ହୋଇଛି । କ୍ଷୀର, ଘିଅ, ପନିରରୁ ନେଇ ତେଲ, ସାବୁନ,ସାମ୍ପୁ ଯାଏ ସାମଗ୍ରୀ ଶସ୍ତା ହୋଇଛି । ସେହିପରି ଟିଭି-ଏସି, ଫ୍ରିଜରୁ ନେଇ କାର୍-ବାଇକ୍ ଦାମ ମଧ୍ୟ କମିଛି । ଏହା ସହିତ କିଛି ଜିନିଷ ଅଛି ଯାହା ଉପରେ ସରକାର ଟ୍ୟାକ୍ସ ବଢାଇଛନ୍ତି ଅର୍ଥାତ ମହଙ୍ଗା ହୋଇଛି । ବିଳାସପୂର୍ଣ୍ଣ ସାମଗ୍ରୀ ସହ ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାମଗ୍ରୀକୁ ସିନ୍ ଗୁଡସ୍ କାଟାଗୋରୀରେ ସାମିଲ କରାଯାଇଛି । ସେଗୁଡିକ ଉପରେ ୪୦% ହାଇ-ଜିଏସଟି ଲାଗୁ ହୋଇଛି । ସେଥିରେ କୋଲ୍ଡଡ୍ରିଙ୍କ୍ସ ଠୁ ନେଇ ସିଗାରେଟ-ତମ୍ବାକୁ, ଦାମୀ କାର ବି ସାମିଲ ଅଛି ।
୪୦% ସ୍ଲାବରେ 'ସିନ୍ ଗୁଡ୍ସ' ହେଲା ମହଙ୍ଗା- ପ୍ରଧାନମନ୍ତ୍ରୀଙ୍କ ଜିଏସ୍ଟି ସଂସ୍କାର ଘୋଷଣା ପରେ ନବରାତ୍ରୀର ପ୍ରଥମ ଦିନରେ ଜିଏସ୍ଟିର ନୂଆ ଦର ଲାଗୁ ହୋଇଛି । ସରକାର ଜିଏସ୍ଟି ସ୍ଲାବ୍ ସଂଖ୍ୟା ହ୍ରାସ କରିଛନ୍ତି । ୧୨ରୁ ୨୮ ପ୍ରତିଶତ ଜିଏସ୍ଟି ସ୍ଲାବ୍ ଶେଷ ହୋଇଛି । ଏବେ କେବଳ ୫ରୁ ୧୯ ପ୍ରତିଶତ ସ୍ଲାବ୍ ରହିବ । ଅଧିକାଂଶ ଜିନିଷ ଶସ୍ତା ହୋଇଛି । ସେହିପରି ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାମଗ୍ରୀକୁ ୪୦% ସ୍ଲାବରେ ଅନ୍ତର୍ଭୁକ୍ତ କରାଯାଇଛି । ତମାଖୁ, ପାନ ମସଲା, କାର୍ବୋନେଟେଡ୍ ଡ୍ରିଙ୍କ, ବିଳାସ ସାମଗ୍ରୀ ଯଥା ବଡ଼ କାର, ୟଟ୍, ବ୍ୟକ୍ତିଗତ ବିମାନ ଏହି ସ୍ଲାବ୍ରେ ସାମିଲ ହୋଇଛି ।
ଫାଷ୍ଟଫୁଡରୁ କୋଲ୍ଡଡ୍ରିଙ୍କ୍ସ ଯାଏ 'ସିନ୍ ଗୁଡ୍ସ' ଅନ୍ତର୍ଭୁକ୍ତ- 'ସିନ୍ ଗୁଡ୍ସ' ଅର୍ଥାତ ଏମିତି ସାମଗ୍ରୀ ଯାହା ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଆର୍ଥିକ କ୍ଷତି ପହଞ୍ଚାଇଥାଏ । ଯେପରି, ପାନ, ସିଗାରେଟ୍, ଗୁଟ୍ଖା ଏବଂ ଫାଷ୍ଟଫୁଡ୍ । ଏହି ଜିନିଷ ଉପରେ ୪୦ ପ୍ରତିଶତ ଦରରେ ଅଧିକ ଜିଏସ୍ଟି ଲାଗୁ ହେବ । ଏହା ସହିତ ସୁପର-ଲଗଜରୀ ଆଇଟମ୍ ଉପରେ ବି 'ସିନ୍ ଗୁଡସ୍' ଅନ୍ତର୍ଭୁକ୍ତ କରିଛନ୍ତି । ଯେଉଁଥିରେ ଦାମୀ କାର୍, ପ୍ରାଇଭେଟ ଜେଟ୍, ୟାର୍ଟ, ହେଲିକପ୍ଟର ସମେତ କିଛି ବାଇକ୍ ବି ସାମିଲ କରାଯାଇଛି ।
ତମାଖୁଜନିତ ଜିନିଷ
ପାନ ମସଲା
ଗୁଟ୍ଖା
ସିଗାରେଟ୍
ହାଇ ଜିଏସ୍ଟି ଲିଷ୍ଟରେ ଡ୍ରିଙ୍କ୍ସ
କାବ୍ରୋନେଟେଡ ଡ୍ରିଙ୍କ୍ସ
ସୁଗାର କୋଲ୍ଡ ଡ୍ରିଙ୍କ୍ସ
କେଫିନ୍ ଯୁକ୍ତ ଡ୍ରିଙ୍କ୍ସ
କାର୍-ବାଇକ୍
ପେଟ୍ରୋଲ କାର୍ (୧୨୦୦ସିସିରୁ ଅଧିକ)
ଡିଜେଲ କାର୍ (୧୫୦୦ସିସିରୁ ଅଧିକ)
ବାଇକ୍ ( ୩୫୦ସିସିରୁ ଅଧିକ)
ଆଇପିଏଲ୍ ଟିକଟ୍ ହେବ ମହଙ୍ଗା- ଉପରୋକ୍ତ ସମସ୍ତ ଜିନିଷ ସହିତ ସରକାର ଟିକଟ ପ୍ରେମୀ (ବିଶେଷ କରି ଆଇପିଏଲ) କୁ ଝଟ୍କା ଦେଇଛନ୍ତି । ଆଇପିଏଲ୍ ମ୍ୟାଚ ଦେଖିବା ଏବେ ମହଙ୍ଗା ହୋଇଛି । ଆଇପିଏଲ ଟିକଟରେ ପୂର୍ବରୁ ୨୮% ଜିଏସ୍ଟି ଥିଲା । ଏବେ ୪୦% ଜିଏସ୍ଟି ସ୍ଲାବରେ ସାମିଲ ହୋଇଛି ।