ନୂଆଦିଲ୍ଲୀ,୦୧/୦୬: ସିଙ୍ଗାପୁର ଓପନ ବ୍ୟାଡ଼ମିଣ୍ଟନରେ ଭାରତର ସାତ୍ତ୍ୱିକ ସାଇରାଜ  ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ପୁରୁଷ  ଡବଲ୍ସ ସେମି ଫାଇନାଲ୍‌ରେ ହାରି ବିଦାୟ  ନେଇଛନ୍ତି । ଉଭୟ ୨୧-୧୯, ୧୦-୨୧, ୧୮-୨୧  ଗେମ୍‌ରେ ଦୁଇ ଥର ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ତଥା ତୃତୀୟ ସିଡ୍‌ ମାଲେସିଆର  ଆରୋନ ଚିଆ ଓ ସୋହ ଉଇ ୟିକ୍‌ ଯୋଡ଼ିଙ୍କ  ନିକଟରୁ ହାରି ଯାଇଥିଲେ । 

ଭାରତୀୟ ଯୋଡ଼ି  ପ୍ରଥମ ଗେମ୍‌ରେ  ଚମତ୍କାର ଖେଳ  ପ୍ରଦର୍ଶନ କରି  ବିଜୟ ହାସଲ କରିଥିଲେ । ଏହାପରେ  ମାଲେସିଆ ଯୋଡ଼ି ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା  ସହ ଦ୍ୱିତୀୟ ଗେମ୍‌ରେ ୨୧-୧୦ରେ ଜିତି ସ୍ଥିତି  ବରାବର କରିଥିଲେ । ନିର୍ଣ୍ଣାୟକ ସେଟ୍‌ରେ  ସାତ୍ତ୍ୱିକ-ଚିରାଗ ଯୋଡ଼ି କଡ଼ା ଫାଇଟ୍‌ କରିଥିଲେ  ମଧ୍ୟ ପରାଜିତ ହୋଇଥିଲେ ।