ନୂଆଦିଲ୍ଲୀ,୦୧/୦୬: ସିଙ୍ଗାପୁର ଓପନ ବ୍ୟାଡ଼ମିଣ୍ଟନରେ ଭାରତର ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ପୁରୁଷ ଡବଲ୍ସ ସେମି ଫାଇନାଲ୍ରେ ହାରି ବିଦାୟ ନେଇଛନ୍ତି । ଉଭୟ ୨୧-୧୯, ୧୦-୨୧, ୧୮-୨୧ ଗେମ୍ରେ ଦୁଇ ଥର ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ତଥା ତୃତୀୟ ସିଡ୍ ମାଲେସିଆର ଆରୋନ ଚିଆ ଓ ସୋହ ଉଇ ୟିକ୍ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ ।
ଭାରତୀୟ ଯୋଡ଼ି ପ୍ରଥମ ଗେମ୍ରେ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ । ଏହାପରେ ମାଲେସିଆ ଯୋଡ଼ି ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ସହ ଦ୍ୱିତୀୟ ଗେମ୍ରେ ୨୧-୧୦ରେ ଜିତି ସ୍ଥିତି ବରାବର କରିଥିଲେ । ନିର୍ଣ୍ଣାୟକ ସେଟ୍ରେ ସାତ୍ତ୍ୱିକ-ଚିରାଗ ଯୋଡ଼ି କଡ଼ା ଫାଇଟ୍ କରିଥିଲେ ମଧ୍ୟ ପରାଜିତ ହୋଇଥିଲେ ।