ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୧୮ରେ ଐତିହ୍ୟ ଗାଁ ରଘୁରାଜପୁର ଯିବେ ସିଙ୍ଗାପୁର ରାଷ୍ଟ୍ରପତି, ଭାରତ ବାୟୋଟେକ ଟୀକା ପ୍ରସ୍ତୁତ କେନ୍ଦ୍ର କରିବେ ପରିଦର୍ଶନ

Published By : Rasmita Pradhan | January 17, 2025 2:51 PM

ପୁରୀ, ୧୭/୦୧ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌। ୧୮ ତାରିଖରେ ସେ ପୁରୀ ଜିଲ୍ଲାର ଐତିହ୍ୟ ଗାଁ ରଘୁରାଜପୁର ଯିବେ। ରଘୁରାଜପୁରରେ ପଟ୍ଟଚିତ୍ର ଶିଳ୍ପୀଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ଆଇଓସିଏଲ୍‌ ବ୍ୟାଖ୍ୟାନ କେନ୍ଦ୍ର ଓ କୋଣାର୍କ ବୁଲି ଦେଖିବେ। ସେହିଦିନ ଅପରାହ୍ଣରେ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ସ୍ଥିତ ଭାରତ ବାୟୋଟେକ ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିବେ। ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସୂଚନା ଦେଇଛନ୍ତି।   

ଏହି ଖବରଟିକୁ ପଢନ୍ତୁ-ଓଡ଼ିଶା ଗସ୍ତରରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି: ଓଡ଼ିଶା, ସିଙ୍ଗାପୁର ମଧ୍ୟରେ ସ୍ୱାକ୍ଷର ହେବ ୮ ଚୁକ୍ତି

ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ଵରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଜଣେ ଏସପି ରାଙ୍କ ଅଧିକାରୀ, ୪ ଅତିରିକ୍ତ ଏସପି, ୮ ଡିଏସପି ଓ ୧୫ ଇନ୍ସପେକ୍ଟର ମୁତୟନ ହେବେ। ରାଷ୍ଟ୍ରପତିଙ୍କ ଗସ୍ତବେଳେ ଆତିଥ୍ୟତା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। 

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ଓଡ଼ିଶା ଆସିବା ପରେ ରାଜ୍ୟରେ ନିବେଶ ବଢ଼ିବା ଆଶା ଉଜ୍ଜଳ ହୋଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ରାଜ୍ୟରେ ସେମିକଣ୍ଡକ୍ଟର, କ୍ରିଟିକାଲ ମିନେରାଲ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ୮ଟି  ଏମଓୟୁ ସ୍ୱାକ୍ଷର ହେବ। ସେଥିମଧ୍ୟରେ ସେମିକଣ୍ଡକ୍ଟର ଓ ଦକ୍ଷତା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରର ଆଇଟିଇଇଏସ ମଧ୍ୟରେ ଏକ ଚୁକ୍ତି  ହେବ। ସେହିପରି ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଇଡକୋ ଓ ସେମ୍ବକର୍ପ, ଗ୍ରୀନ୍‌ ହାଇଡ୍ରୋଜେନ୍‌ କରିଡର ପାଇଁ ଶିଳ୍ପ ବିଭାଗ ଓ ସେମ୍ବକର୍ପ ଏବଂ ସୁରବନ୍‌ ଜୁରୋଙ୍ଗ, ନୂଆ ସହର ଯୋଜନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସୁରବନ୍‌ ଜୁରୋଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ।  

ସେହିପରି ପେଟ୍ରୋକେମିକାଲ୍ସ, ପେଟ୍ରୋକେମିକାଲ୍ସ  ଇନଭେଷ୍ଟମେଣ୍ଟ ରିଜନ୍‌ (ପିସିଆଇପିଆର) ପାଇଁ ଶିଳ୍ପ  ବିଭାଗ ଓ ସୁରବନ୍‌ ଜୁରୋଙ୍ଗ, ନୂଆ ବିଦ୍ୟୁତ ଶକ୍ତି ପ୍ରକଳ୍ପ  ପାଇଁ ଶକ୍ତି ବିଭାଗ ଓ ନନ୍‌ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ ଏବଂ ଶେଷରେ ଫିନଟେକ୍‌ ପାଇଁ ଇଲ୍‌କ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍‌ ଟେକ୍ନୋଲୋଜି ବିଭାଗ ସହ ନନ୍‌ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.